ଅନ୍ତର୍ଜାତୀୟଅନ୍ୟାନ୍ୟ

୨୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର

ଭୁବନେଶ୍ୱର,X ପ୍ଲାଟଫର୍ମରେ ଏକ ପୋଷ୍ଟ ଜରିଆରେ ଭାରତୀୟ ତଟରକ୍ଷୀ ବାହିନୀ ସୂଚନା ଦେଇଛି। ପୋଷ୍ଟରେ କୁହାଯାଇଛି ଯେ, ଓମାନ ଉପକୂଳବର୍ତ୍ତୀ ସୀମାରେ ‘ଏମ୍‌ଟି ମାରିଭେକ୍ସ’ ଜାହାଜ ଉପରେ ମିସାଇଲ୍‌ ଆକ୍ରମଣ ହେବା ପରେ ମୁମ୍ବାଇସ୍ଥିତ, ଭାରତୀୟ ତଟରକ୍ଷୀ ବାହିନୀ  ତୁରନ୍ତ ପଦକ୍ଷେପ ନେଇଥିଲା। ସମୁଦ୍ର ମଧ୍ୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧଜନିତ ମିସାଇଲ୍‌ ଆକ୍ରମଣ ଭାରତୀୟ ଜାହାଜଗୁଡ଼ିକ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଓମାନ ସମୁଦ୍ରରେ, ଏକ ତୈଳ ଟ୍ୟାଙ୍କର ଉପରେ, ହୋଇଥିବା ଆକ୍ରମଣ କାରଣରୁ ଦର୍ଜନ ଦର୍ଜନ ଭାରତୀୟ ନାଗରିକଙ୍କ ଜୀବନ, ସଙ୍କଟାପନ୍ନ ହୋଇପଡ଼ିଥିଲା। ସୂଚନା ମିଳିବା ମାତ୍ରେ ମୁମ୍ବାଇସ୍ଥିତ ‘ମାରିଟାଇମ୍ ରେସକ୍ୟୁ କୋଅର୍ଡିନେସନ୍ ସେଣ୍ଟର’ ତୁରନ୍ତ ସକ୍ରିୟ ହୋଇଉଠିଥିଲା ଏବଂ ଓମାନ କର୍ତ୍ତୃପକ୍ଷଙ୍କ ସହ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ୨୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ, ଉଦ୍ଧାର କରିଥିଲା।

Related Articles

Back to top button