ତଟ ସୁରକ୍ଷାରେ ରହିବ ବୁଲେଟ୍ ପ୍ରୁଫ୍ ଡଙ୍ଗା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଓଡ଼ିଶା ସମୁଦ୍ର ତଟ ସୁରକ୍ଷାକୁ ସୁଦୃଢ କରାଯିବ । ଅପରାଧୀ ଏବଂ ଅନୁପ୍ରବେଶକାରୀ, ନିଶା, ମାରାଣାସ୍ତ୍ର ଆଦି କାରବାର ଉପରେ ରୋକ୍ ଲାଗିବ । ଏ ନେଇ ଗୁରୁବାର ପୋଲିସ ସେବା ଭବନରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଆୟୋଜିତ ହୋଇଛି । ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ ପୋଲିସ୍ ଡିଜି ଯୋଗେଶ ବାହାଦୁର୍ ଖୁରାନିଆ ଉଦ୍ଘାଟନ କରିଛନ୍ତି ।
ଓଡ଼ିଶାର ତଟ ସୁରକ୍ଷା ବଢ଼ାଇବା ପାଇଁ କୋଷ୍ଟାଲ ସିକ୍ୟୁରିଟିକୁ ୧୫୦ କୋଟି ଟଙ୍କା ଦେଇଛନ୍ତି ସରକାର । ସୁରକ୍ଷା ଦୃଷ୍ଟିରୁ ଏରିଏଲ ସର୍ଭେଲାନ୍ସ, କୋଷ୍ଟାଲ ପାଟ୍ରୋଲିଂ, ଫିସିଂ ଟ୍ରଲର, ଫାଷ୍ଟ ଇଣ୍ଟରସେପ୍ଟ ବୋଟ, ସିସିଟିଭି, ଏଆଇ ଡ୍ରୋନ, ବୁଲେଟ ବ୍ରୁଫ ବୋଟ ବି ସାମିଲ ହେବ । ଯାହା ଦ୍ୱାରା ପାଟ୍ରୋଲିଂ ହେଉଥିବା ସମସ୍ତ ବୋଟର ଲାଇଭ ଫିଡ଼ ଗୋଟିଏ ଜାଗାରେ ଦେଖିହେବ । ସମସ୍ତ ସାମୁଦ୍ରିକ ଥାନାରେ ସ୍ପେଶାଲ ପୋଲିସ୍ ଅଫିସର ନିୟୋଜିତ ହୋଇଥିବା କହିଛନ୍ତି ଡିଜିପି ଖୁରାନିଆ । ଓଡ଼ିଶା ସମୁଦ୍ର ତଟ ସୁରକ୍ଷାକୁ ସୁଦୃଢ କରିବା ପାଇଁ ଏପରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ତେବେ କେତେ ଶୀଘ୍ର ଏହା କାର୍ଯ୍ୟକାରୀ ହେଉଛି ତାହା ଦେଖିବା କଥା ।




