ଅନ୍ତର୍ଜାତୀୟଅନ୍ୟାନ୍ୟ

କମିଯିବ କି ପେଟ୍ରୋଲ-ଡିଜେଲ ଦାମ

ଭୁବନେଶ୍ୱର ,ଆଜି ସକାଳ ୭ଟା ସୁଦ୍ଧା ଆନ୍ତର୍ଜାତୀୟ ବଜାରରେ, ବ୍ରେଣ୍ଟ କ୍ରୁଡ୍‌ର ମୂଲ୍ୟ ୦.୨୨% ହ୍ରାସ ପାଇ ବ୍ୟାରେଲ୍ ପିଛା ୯୩ ଡଲାରରେ କାରବାର କରୁଛି। ସେହିପରି ଆମେରିକୀୟ କ୍ରୁଡ୍ ‘WTI’ ମଧ୍ୟ ବ୍ୟାରେଲ୍ ପିଛା ପ୍ରାୟ ୮୮ ଡଲାର ଆଖପାଖରେ, କାରବାର କରୁଥିବା ଦେଖାଯାଇଛି।ଆମେରିକା ଏବଂ ଇରାନ ମଧ୍ୟରେ, ଚୁକ୍ତି ହେବା ଫଳରେ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ତେଲ ଯୋଗାଣ ପୁଣି ଥରେ ସ୍ୱାଭାବିକ ହେବାର ଆଶା ବଢ଼ିଛି, ଯାହା ବଜାରକୁ, କିଛିଟା ଆଶ୍ୱସ୍ତି ଦେଇଛି। ଚଳିତ ମାସରେ ତେଲ ମୂଲ୍ୟରେ ପ୍ରାୟ ୧୮% ର ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି।ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଉପରେ, ଚାପ ବଜାୟ ରହିଛି। ଏହି ଜଳପଥ ଦେଇ ସମଗ୍ର ବିଶ୍ୱକୁ ବହୁ ପରିମାଣରେ ତେଲ ଯୋଗାଣ କରାଯାଇଥାଏ, କିନ୍ତୁ ଏଥିରେ ବାଧା ସୃଷ୍ଟି ହେବା ଯୋଗୁଁ ଦୈନିକ ଲକ୍ଷ ଲକ୍ଷ ବ୍ୟାରେଲ୍ ତେଲ ଯୋଗାଣ ପ୍ରଭାବିତ ହୋଇଛି। ଏହାଦ୍ୱାରା ବିଶ୍ୱ ଶକ୍ତି ବଜାରରେ ଭୟ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।ଯଦି ଅଶୋଧିତ ତେଲ ମୂଲ୍ୟରେ ଏହିଭଳି ହ୍ରାସ ଜାରି ରହେ ଏବଂ ବ୍ରେଣ୍ଟ କ୍ରୁଡ୍ ୯୩ ଡଲାର ଆଖପାଖରେ କିମ୍ବା ଏହାଠାରୁ ତଳକୁ ଖସେ, ତେବେ ଆଗାମୀ ଦିନରେ, ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କମିବାର ସମ୍ଭାବନା ବହୁତ ବଢ଼ିଯିବ। ସାଧାରଣତଃ ଆନ୍ତର୍ଜାତୀୟ ବଜାରରେ ତେଲ ଶସ୍ତା ହେଲେ ତେଲ କମ୍ପାନୀଗୁଡ଼ିକର, ଉତ୍ପାଦନ ଖର୍ଚ୍ଚ କମିଯାଏ, ଯାହାର ସିଧାସଳଖ ଫାଇଦା ଗ୍ରାହକମାନଙ୍କୁ ମିଳିଥାଏ। ତେବେ ଏହା ଉପରେ, ଚୂଡ଼ାନ୍ତ ନିଷ୍ପତ୍ତି ତେଲ କମ୍ପାନୀ ଏବଂ ସରକାରଙ୍କ ନୀତି ଉପରେ, ନିର୍ଭର କରିବ।

Related Articles

Back to top button