ଓଡ଼ିଶାରାଜନୀତି

 ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ସୁରେଶ ପୂଜାରୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଖୁବଶୀଘ୍ର ହେବ ରାଜ୍ୟ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ । ରାଜ୍ୟରେ ବିଜେପି ସରକାର ଗଠନ ହେବା ଠାରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୧୬ ମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଆହୁରି ୬ଟି ମନ୍ତ୍ରୀ ପଦ ଖାଲି ପଡିଛି । ବିଭିନ୍ନ ସମୟରେ ଏହାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ମଙ୍ଗଳବାର ଏହାର ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦିଲ୍ଲୀରୁ ଫେରି ମନ୍ତ୍ରୀ ପୂଜାରୀ କହିଛନ୍ତି ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । କିଛି ନୂଆ ମୁହଁ ଆସିବେ ଏବଂ କିଛି ବିଦା ହୋଇପାରନ୍ତି । ସେହିପରି ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଦେଖନ୍ତୁ କ’ଣ କହୁଛନ୍ତି ସୁରେଶ ପୂଜାରୀ –

 

Related Articles

Back to top button