ଅନ୍ୟାନ୍ୟଅପରାଧ

ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ବାଘ ଛାଲ ଜବତ କରିଥିଲା

ଭୁବନେଶ୍ୱର ,କରଞ୍ଜକଟା ଗ୍ରାମ ନିକଟରୁ ବନବିଭାଗର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଗୋଟିଏ କଲରାପତାରିଆ ବାଘ ଛାଲ ଜବତ କରିଥିଲା।

ଏହି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ଅଭୟ ନାଏକ ଏବଂ ନୀଳକଣ୍ଠ କହଁରଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି ବନ ବିଭାଗ ।

ଗତ ଗୁରୁବାର ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ କରଞ୍ଜକଟା ନିକଟରେ, ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ, ବନବିଭାଗ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ବୌଦ୍ଧ ଏସିଏଫ, ପୁରୁଣାକଟକ ରେଞ୍ଜ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ମିଳିତଭାବେ ଚଢ଼ାଉ କରି ଦୁଇ ଶିକାରୀଙ୍କୁ ମାଡି ବସିଥିଲା।

ଏହି ଚଢ଼ାଉରେ ବନବିଭାଗ ଭିଜିଲାନ୍ସ ଟିମ, କଟକର ବନପାଳ ବାଲାଇ ମୁର୍ମୁ, ବୌଦ୍ଧ ଏ. ସି. ଏଫ ମିନାକ୍ଷୀ କୁମୁରା, ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ କୁମାର ଦାଶ, ଚାରିଛକ ବନପାଳ ସତୀଶ ରଞ୍ଜନ କମ୍ପ ପ୍ରମୁଖ ସାମିଲ ଥିଲେ।

ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଚମଡା ଜବତ କରିବା ସହ, ଦୁଇଟି ମୋବାଇଲ ଏବଂ ଗୋଟିଏ ବାଇକ ଜବତ କରିବାରେ ବନ ବିଭାଗ ସକ୍ଷମ ହୋଇଥିଲା।

Related Articles

Back to top button