ଅନ୍ୟାନ୍ୟଅପରାଧ

କେନ୍ଦୁଝର ପୁଲିସକୁ ବଡ ସଫଳତା

ଭୁବନେଶ୍ୱର,ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୧୭ଜଣ ବ୍ୟକ୍ତିଙ୍କୁ, ଗିରଫ କରାଯାଇଛି । ରାମଚନ୍ଦ୍ରପୁର ଥାନା ପକ୍ଷରୁ ୧୩୦/୨୬ରେ ଏକ ମାମଲା ରୁଜୁ କରାଯାଇଛି ।ଓଡ଼ିଶା ସରକାରଙ୍କ ପକ୍ଷରୁ ଚୋରା ନିଶା କାରବାର ରୋକିବା ପାଇଁ ସାରା ରାଜ୍ୟରେ,  ଅଭିଯାନ ଜୋରଦାର ଚାଲିଥିବା ବେଳେ, କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ର ସମସ୍ତ ପୁଲିସ ବାହିନୀ ଚଢ଼ାଉ କରି ଏହି ସଫଳତା ହାସଲ କରିଥିବା ଜଣା ପଡ଼ିଛି  । ଗତ ୨୧ତାରିଖ ମଙ୍ଗଳବାର ରାତିରେ ରାମଚନ୍ଦ୍ରପୁର ଥାନା ଅଧିକାରୀ, ମନୋଜ କୁମାର ସ୍ଵାଇଁଙ୍କ ନେତୃତ୍ୱରେ, ପୁଲିସ ବାହିନୀ ଭଗାନଈ ଠାରେ କୋଡ଼ପଡ଼ାର, ହରେକୃଷ୍ଣ ଓଝା ଓ ବୁଢିକୁଦର ଶୁକଦେବ ନାଇକକୁ ଗିରଫ କରି ତାଙ୍କ ଠାରୁ ୪୦କେ.ଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ମୋଟରସାଇକେଲ ଓ ୩ଟି ମୋବାଇଲ ଜବଦ କରିଛନ୍ତି । ଘସିପୁରା ଓ ରାମଚନ୍ଦ୍ରପୁର ପୋଲିସ ପକ୍ଷରୁ,  ୨୦ଜଣ ଚୋରା ଗଞ୍ଜେଇ ମାଫିଆଙ୍କୁ, ଗିରଫ କରିଛି ଘସିପୁରା ଓ ରାମଚନ୍ଦ୍ରପୁର ପୁଲିସ।ଗଞ୍ଜେଇ ମାଫିଆଙ୍କ ପାଖରୁ ୧ କ୍ୟୁଣ୍ଟାଲ  ୯ କେଜି  ୪୫୦ ଗ୍ରାମର ଗଞ୍ଜେଇ ଓ ଗୋଟିଏ କାର ସହ ୨ ଟି ବାଇକ୍ ଜବତ କରିଛି ପୁଲିସ।ପୁଲିସ ୨୦ଜଣକୁ ଗିରଫ କରାଯିବା ସହ, କୋର୍ଟ ଚାଲାଣ କରାଯାଇଥିବା ବେଳେ ଚୋରା ଗଞ୍ଜାଇ ଆଣୁଥିବା ବ୍ୟକ୍ତିମାନେ ଆନନ୍ଦପୁର ଉପଖଣ୍ଡର କେଉଁ କେଉଁ ବ୍ୟକ୍ତିମାନଙ୍କୁ ଚୋରା ଗଞ୍ଜେଇ ବିକ୍ରୀ କରୁଛନ୍ତି ତା’ର ତଦନ୍ତ କରାଯାଇ ସେମାନଙ୍କୁ ଗିରଫ କରିବା ପାଇଁ ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Related Articles

Back to top button