ଓଡ଼ିଶାପାଣିପାଗ

ଗ୍ରୀଷ୍ମ ପ୍ରବାହ ଲାଗି ସତର୍କତା ଜାରି ହୋଇଛି

ଭୁବନେଶ୍ୱର,ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ୧୭ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା,ନୟାଗଡ଼, ଖୋର୍ଦ୍ଧାଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ୱଲପୁର, ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କ କରାଯାଇଛି।

ଗତକାଲି ଝାରସୁଗୁଡା ରେ ,୪୪.୬ ଡିଗ୍ରୀ ରେକର୍ଡ ତାପମାତ୍ରା ହୋଇଥିଲା। ତାପଛକୁ ରହିଥିଲା ଢେଙ୍କାନାଳ।

ଏଠାରେ ତାପମାତ୍ରା ରହିଛି ୪୩.୨ ଡିଗ୍ରୀ। ଗଲା କିଛି ଦିନ ଧରି ରାଜ୍ୟରେ ତାତି ବଢି ଚାଲିଥିବା ବେଳେ, ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ।

ଉପକୂଳରୁ ପଶ୍ଚିମ ଯାଏଁ ସବୁଠି ଡହ ଡହ ଖରା। ଆହୁରି ୫ ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଜି ପାଇଁ ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଲାଗି ସତର୍କତା ଜାରି ହୋଇଛି।

Related Articles

Back to top button