ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଆଜି ଓଡ଼ିଆ ନୂତନ ବର୍ଷର ଆରମ୍ଭ ଏବଂ ନୂଆ ପାଞ୍ଜି ପୂଜା

ଭୁବନେଶ୍ୱର ,ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି।  ଓଡ଼ିଆ ପରମ୍ପରା ଏବଂ ସଂସ୍କୃତିକୁ ସୂଚାଉଥିବା ଏକ ପ୍ରମୁଖ ପର୍ବ। ଯାହା ମୁଖ୍ୟତଃ ବୈଶାଖ ମାସରେ ପାଳନ କରାଯାଏ। ପଣା ସଂକ୍ରାନ୍ତି ହେଉଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ପାଳନ କରିବାର ଏକ ଅବସର। ଏହି ଦିନ ଓଡ଼ିଆ ନୂତନ ବର୍ଷର ଆରମ୍ଭ ଏବଂ ନୂଆ ପାଞ୍ଜି ପୂଜା କରାଯାଏ। ବେଲ ପଣା, ଛେନା ପଣା, ଦହି ପଣା, ନବାତ ପଣା ଆଦି ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ପଣା ପ୍ରସ୍ତୁତ କରାଯାଇ ଦେବତାଙ୍କୁ ଭୋଗ ଲଗାଯାଏ। ଘରର ତୁଳସୀ ଚଉରା ମୂଳରେ ପଣା ଭୋଗ କରାଯାଏ। ଏବଂ ତୁଳସୀ ଗଛ ଉପରେ ଏକ ଛୋଟ ମାଟି ପାତ୍ରରୁ ଛିଦ୍ର ଦେଇ ପାଣି ଟୋପା ଟୋପା ହୋଇ ପଡ଼ିବାର ବ୍ୟବସ୍ଥା କରାଯାଏ।ଏହା ଓଡ଼ିଶାର ପାରମ୍ପରିକ ସୌର କ୍ୟାଲେଣ୍ଡର ଅନୁସାରେ, ବୈଶାଖ ମାସର ପ୍ରଥମ ଦିନରେ ପଡ଼ିଥାଏ । ଏବଂ ଓଡିଆ ସଂସ୍କୃତିରେ ଏହାକୁ ନୂତନ ବର୍ଷର ଆରମ୍ଭ ବୋଲି ବିବେଚନା କରାଯାଏ।ଅନେକ ସ୍ଥାନରେ ଝାମୁ ଯାତ୍ରା ହୋଇଥାଏ। ପାଟୁଆ ଯାତ୍ରା ମଧ୍ୟ ଦେଖିବାକୁ ମିଳେ। କେତେକ ସ୍ଥାନରେ ବାସେଳୀ ପର୍ବ ମଧ୍ୟ, ପାଳିତ ହୋଇଥାଏ। ଆଜି ଓଡିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ମଧ୍ୟ। ଓଡ଼ିଆ ନବବର୍ଷ, ଯାହାକୁ ପଣା ସଂକ୍ରାନ୍ତି କିମ୍ବା ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ।

Related Articles

Back to top button