ଅନ୍ୟାନ୍ୟରାଜନୀତି

ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ

ଭୁବନେଶ୍ୱର ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି, ପୋଷ୍ଟ ଭାରତୀୟ ସମ୍ବିଧାନର ମୁଖ୍ୟ ନିର୍ମାତା ଏବଂ ମହାନ ସମାଜ ସଂସ୍କାରକ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଅବସରରେ, ମୁଁ ତାଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବାବାସାହେବ ଜଣେ ଆଇନବିତ୍, ଅର୍ଥନୀତିଜ୍ଞ,  ଆଇନ ବିଦ୍ୱାନ ଏବଂ ଏକ ସମାନତାବାଦୀ ସାମାଜିକ ବ୍ୟବସ୍ଥାର, ଜଣେ ଦୃଢ଼ ପ୍ରବକ୍ତା ଥିଲେ।ଆଜି ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,  ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସାଂସଦ, ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟ ସାଂସଦମାନେ ସଂସଦ ପରିସରରେ ଥିବା ବି.ଆର. ଆମ୍ବେଦକରଙ୍କ ପ୍ରେରଣା ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ, କରିଥିଲେ।ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ରେ ଏକ ପୋଷ୍ଟରେ ଲେଖିଛନ୍ତି, ବାବାସାହେବ ଡକ୍ଟର ଆମ୍ବେଦକରଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ର ନିର୍ମାଣରେ ତାଙ୍କର ପ୍ରୟାସ ଗଭୀର ଭାବରେ ପ୍ରେରଣାଦାୟକ।

Related Articles

Back to top button