Uncategorized

ଆତଙ୍କୀ ଲିଙ୍କ୍ ଘଟଣା: ଇମ୍ରାନର ସାଙ୍ଗକୁ STFର ଜେରା

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କୀ ଶେଖ୍ ଇମ୍ରାନ ମାମଲାରେ ଏବେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ଇମ୍ରାନର ଜଣେ ନିକଟତର ସାଙ୍ଗକୁ ଏସଟିଏଫ (STF) ମାରାଥନ ଜେରା କରିବା ସହ ତା’ର ସୋସିଆଲ ମିଡିଆ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛି। ପଚରାଉଚରା ସମୟରେ ସନ୍ଦିଗ୍ଧ ଯୁବକଜଣକ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ୱୀକାର କରିଛି: ଇମ୍ରାନ ସହ ସେ ଦିଲ୍ଲୀ ଯାଇଥିବା କଥା ମାନିଛି। ସେମାନେ ଟ୍ରେନ୍ ଯୋଗେ ଦିଲ୍ଲୀ ଯାଇଥିଲେ ଏବଂ ବସ୍‌ରେ ଓଡ଼ିଶା ଫେରିଥିଲେ। ସନ୍ଦିଗ୍ଧ ଯୁବକଜଣକ ସୋସିଆଲ ମିଡିଆରେ ଦୁଇଟି ଗ୍ରୁପ୍‌ର ଆଡମିନ୍ ଥିବା ଜଣାପଡ଼ିଛି। ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନଙ୍କୁ ଉସକାଇବା ଭଳି ପୋଷ୍ଟ ବାବଦରେ ସେ ପୋଲିସ ନିକଟରେ ମୁହଁ ଖୋଲିଛି। ଅତିରିକ୍ତ SPଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରସ୍ଥିତ ଇମ୍ରାନର ବାସଭବନରେ ଚଢ଼ାଉ କରି ଯାଞ୍ଚ କରିଛି। ଏହା ସହିତ ଇମ୍ରାନ ସହ ସମ୍ପର୍କରେ ଥିବା ଅନ୍ୟ ଏକାଧିକ ଯୁବକଙ୍କୁ ମଧ୍ୟ ଚିହ୍ନଟ କରାଯାଇ ପଚରାଉଚରା କରାଯାଉଛି।

Related Articles

Back to top button