ଅନ୍ୟାନ୍ୟଓଡ଼ିଶା

ମିଳିଲା ଅଧିକ ଅଳଙ୍କାର

ଭୁବନେଶ୍ୱର , ଦ୍ୱିତୀୟ ପର୍ଯ୍ୟାୟ ଚତୁର୍ଥ ଦିନରେ ଶନିବାର କଡ଼ା ସୁରକ୍ଷା ମଧ୍ୟରେ ବାହାର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀ ଗଣତି କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ ୧୩ରୁ ଭିତର ରତ୍ନଭଣ୍ଡାରର ଗଣତିମଣତି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।୧୯୭୮ତାଲିକାରେ ବାହାର ରତ୍ନ ଭଣ୍ଡାରରେ ମୋଟ ୧୧୮ଟି ଅଳଙ୍କାର ରହିଥିବା ବେଳେ ଚଳିତଥର ଗଣତି ବେଳେ ୧୪୭ଟି ଅଳଙ୍କାର ମିଳିଥିବା ଜଣାପଡ଼ିଛି। ସେଥିପାଇଁ ୨୦୨୬ର ନୂଆ ତାଲିକାରେ ଅଧିକ ୨୯ଟି ଅଳଙ୍କାର ଯୋଡ଼ାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ସଦସ୍ୟଙ୍କ ନେତୃତ୍ୱରେ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଛତିଶା ନିଯୋଗ ନାୟକ, ରତ୍ନଭଣ୍ଡାର ସବ୍ କମିଟି ସେବକ ସଦସ୍ୟ, ଅଧିକୃତ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ସହଯୋଗୀ ସଦସ୍ୟ ପୂର୍ବାହ୍ଣ ୧୦ଟା ୩୫ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବାହାରି ୧୦ଟା ୪୦ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ପ୍ରବେଶ ପୂର୍ବରୁ ଗଣତି ପ୍ରକ୍ରିୟାରେ ସାମିଲ ସଦସ୍ୟମାନେ ଶ୍ରୀମନ୍ଦିର ବିଶ୍ରାମ ଗୃହରେ ପାରମ୍ପରିକ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଆଶିଷ ନେଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦିନ ୧୧.୨୫ରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ବାହାର ରତ୍ନଭଣ୍ଡାରରେ ଭଣ୍ଡାର ମେକାପ ଯୋଗାଉଥିବା ଅଳଙ୍କାର ଆଦିର ଗଣତି ପ୍ରକ୍ରିୟାରେ ସାମିଲ ବଣିଆ ଏବଂ ଓଜନ ମାପ ଅଧିକାରୀ ସଦସ୍ୟ ଯାଞ୍ଚ ପୂର୍ବକ ସଠିକ୍ ଭାବେ ସମସ୍ତ ପ୍ରକ୍ରିୟା ସମ୍ପାଦନ କରିଥିଲେ।

Related Articles

Back to top button