
ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ, ନିଖିଳ ଓଡ଼ିଶା MDM ପାଚିକା, ସହାୟିକା ସଂଘ ପକ୍ଷରୁ ସାଲେପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ବିଗତ ୪ ମାସର ବକେୟା ଦରମା ତୁରନ୍ତ ପ୍ରଦାନ କରିବା ସହ ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସ ଦରମା ଦେବା ଦାବିରେ ଶତାଧିକ ପାଚିକା ଓ ସହାୟିକା ମାନେ ବିକ୍ଷୋଭ କରିଥିଲେ। ଏହି ଆନ୍ଦୋଳନକୁ ସମର୍ଥନ କରି ଉପସ୍ଥିତ ରହିଥିଲେ AIUTCର ଜିଲ୍ଲାସ୍ତରୀୟ ନେତାମାନେ । କାର୍ୟ୍ୟକ୍ଷେତ୍ରରେ ପାଚିକାଙ୍କ ସୁରକ୍ଷା ସହ ସର୍ବନିମ୍ନ ୧୪ ହଜାର ଦରମା ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ । ଶେଷରେ ଏକ ଦାବି ପତ୍ର ମଧ୍ୟ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି । ଶୀଘ୍ର ସେମାନଙ୍କର ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀଵ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି ।




