ଓଡ଼ିଶାରାଜନୀତି

ଇସ୍ତଫା ଦେଲେ ସାଂସଦ ସସ୍ମିତ ପାତ୍ର

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ,  ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ସସ୍ମିତଙ୍କୁ ସଂସଦୀୟ ନେତା ପଦରୁ ହଟାଇବା ପାଇଁ ନବୀନଙ୍କୁ କିଛି ସାଂସଦ ଚିଠି ଲେଖିଥିଲେ । ତେଣୁ ଦଳର ଆଭିମୁଖ୍ୟ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ସେ ଇସ୍ତଫା ଦେଇଥାଇ ପାରନ୍ତି । ପୂର୍ବରୁ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସସ୍ମିତ ସଂସଦର ଏକ କମିଟିର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏଥିସହିତ ବିଜେଡିରେ ଫାଟ ବଢିଥିବା ଚର୍ଚ୍ଚା ହେଉଛି ।

 

Related Articles

Back to top button