
ଭୁବନେଶ୍ୱର, ଔଷଧୀୟ ଗୁଣ ଯୋଗୁଁ କୋରାପୁଟ ହଳଦୀର ଚାହିଦା ରହିଛି । ଜିଲାର ସବୁ ବ୍ଲକରେ ହଳଦୀ ଚାଷ, ହେଉଥିବା ବେଳେ ଲକ୍ଷ୍ମୀପୁର ବ୍ଲକରେ, ସର୍ବାକୋରାପୁଟ ହଳଦୀର, ବେଶ ଚାହିଦା ଥିବାରୁ, ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ, ବିଭିନ୍ନ ମହଲରୁ ଦାବି ହୋଇଛି । ଏହି ହଳଦୀରେ ଅଧିକ କରକୁମିନ, ନାମକ ଆଣ୍ଟିବାୟୋଟିକ ରହିଛି । କନ୍ଧମାଳ ହଳଦୀରେ, ୩ ରୁ ୪ ପ୍ରତିଶତ କରକୁମିନ ଥିବା ବେଳେ, କୋରାପୁଟ ହଳଦୀରେ ୬. ୧୯ ପ୍ରତିଶତ ରହିଥିବା ଓରମାସ, ସୂତ୍ରରୁ ଜଣାପଡିଛି ।ଲକ୍ଷ୍ମୀପୁର ବ୍ଲକର ୧୦୭୧.୭୯ ହେକ୍ଟର ଜମିରେ, ୨୯୬୭.୭୫ ମେଟ୍ରିକ ଟନ ହଳଦୀ ଉତ୍ପାଦନ ହେଉଥିବା ଉଦ୍ୟାନ ବିଭାଗ, ଉପକୃଷି, ନିର୍ଦଶକ ସୁଦାମ ବିଶ୍ୱାଳ ସୂଚନା ଦେଇଛନ୍ତି । କୋରାପୁଟ ହଳଦୀକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ, ୨୦୨୩ ମସିହାରୁ ଆବେଦନ, କରାଯାଇ ଆସୁଛି ।କୋରାପୁଟ ଜିଲାରେ ଉତ୍ପାଦିତ ହଳଦୀରେ, ଭରପୁର ଔଷଧୀୟ ଗୁଣ ରହିଥିବା ଗବେଷଣାରୁ, ତଥ୍ୟ ମିଳିଛି । ଔଷଧ ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ପକ୍ଷରୁ, କୋରାପୁଟ ହଳଦୀକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।




