Uncategorized
ପୁରୀ ପୋଲିସ ସହାୟକ- WhatsApp Chatbot’ ସେବାର ଶୁଭାରମ୍ଭ


ଭୁବନେଶ୍ବର : ପର୍ଯ୍ୟଟକ ଓ ପୁରୀ ଜିଲ୍ଲାରେ ନାଗରିକ ସେବାକୁ ଆହୁରି ସୁବିଧାଜନକ, ଦ୍ରୁତ ଏବଂ ଲୋକମୁଖୀ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏକ ନୂତନ ପଦକ୍ଷେପ ନିଆଯାଇଛି । ପୁରୀ ପୋଲିସର ନୂତନ ପଦକ୍ଷେପ “ପୁରୀ ପୋଲିସ ସହାୟକ” WhatsApp Chatbot ସେବାର ହେଲା ଶୁଭାରମ୍ଭ । ପୁରୀ ଜିଲ୍ଲାରେ ନାଗରିକ ସେବାକୁ ଆହୁରି ସୁବିଧାଜନକ, ଦ୍ରୁତ ଏବଂ ଲୋକମୁଖୀ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଓ ପୁରୀ ଏସପି ପ୍ରତୀକ ସିଂହଙ୍କ ନେତୃତ୍ୱରେ “ପୁରୀ ପୋଲିସ ସହାୟକ- WhatsApp Chatbot” ସେବାର ଶୁଭାରମ୍ଭ କରାଯାଇଛି । ଏହି ଆଧୁନିକ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପୁରୀ ପୋଲିସ ନାଗରିକ ଓ ପର୍ଯ୍ୟଟକମାନଙ୍କୁ 24×7 ଆଧାରରେ ସହଜ ଏବଂ ତୁରନ୍ତ ସେବା ପ୍ରଦାନ କରିବ ।




