
ଭୁବନେଶ୍ୱର; ତ୍ରୈବାର୍ଷିକ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର । ଗୁରୁବାର ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ନୂଆ ଅବକାରୀ ନୀତି ଉପସ୍ଥାପନ କରିଛନ୍ତି । ଏହି ତ୍ରୈବାର୍ଷିକ ଅବକାରୀ ନୀତି ଆସନ୍ତା ୧ ଏପ୍ରିଲ ୨୦୨୬ରୁ କାର୍ଯ୍ୟକାରୀ ହୋଇ ୨୦୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁରହିବ । ଆବଶ୍ୟକ ସ୍ଥଳେ ନୂଆ ନୀତି ଆସିବା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହାଦ୍ୱାରା ରାଜସ୍ୱ ବୃଦ୍ଧି ହେବା ସହିତ ବେଆଇନ ମଦ ବିକ୍ରି ବନ୍ଦ ହୋଇପାରିବ । ସେହିପରି ପୁରୀ ବଡ଼ଦାଣ୍ଡରେ ମଧ୍ୟ ମଦ ବିକ୍ରି ହୋଇ ପାରିବନାହିଁ ବୋଲି ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।




