ସନ୍ନି ଦେଓଲଙ୍କ ବୋହୁ ହେବେ କି ସାରା ତେନ୍ଦୁଲକର ?
ସାରା ତେନ୍ଦୁଲକର ଓ ରାଜବୀର ଦେଓଲଙ୍କ ବିବାହକୁ ନେଇ ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ, ୨୪ ମାର୍ଚ୍ଚ ୨୦୨୬: ବଲିଉଡ ଏବଂ କ୍ରିକେଟ ଜଗତର ଦୁଇ ପ୍ରତିଷ୍ଠିତ ପରିବାର ମଧ୍ୟରେ ଏକ ନୂଆ ସମ୍ପର୍କ ଗଢ଼ିବାକୁ ଯାଉଥିବା ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ କନ୍ୟା ସାରା ତେନ୍ଦୁଲକର, ଅଭିନେତା ସନ୍ନି ଦେଓଲଙ୍କ ବଡ଼ ପୁଅ ରାଜବୀର ଦେଓଲଙ୍କୁ ବିବାହ କରିବାକୁ ଯାଉଥିବା କୁହାଯାଉଛି। କ୍ରିକେଟର ଶୁଭମନ ଗିଲ୍ଙ୍କ ସହ ସାରାଙ୍କ ବ୍ରେକଅପ୍ ଏବଂ ପରବର୍ତ୍ତୀ ସମୟରେ ଅଭିନେତା ଆହାନ ସେଠୀଙ୍କ ସହ ତାଙ୍କ ନାମ ଯୋଡ଼ା ଯିବା ପରେ ଏବେ ରାଜବୀରଙ୍କ ସହ ବିବାହ କଥା ସବୁଠି ଶୁଣିବାକୁ ମିଳୁଛି। ସଚିନ ଏବଂ ସନ୍ନି ପରସ୍ପରର ଘନିଷ୍ଠ ବନ୍ଧୁ ହୋଇଥିବାରୁ ଉଭୟ ପରିବାର ଏହି ବିବାହ ପାଇଁ ସହମତି ପ୍ରକାଶ କରିଥିବା ନେଇ ଆଲୋଚନା ହେଉଛି। ଯଦିଓ ଏହି ସମ୍ପର୍କ କିମ୍ବା ବିବାହ ତାରିଖ ନେଇ କୌଣସି ପରିବାର ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ, ତଥାପି ଏହାକୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି।
ସାରା ତେନ୍ଦୁଲକର କେବଳ ସଚିନଙ୍କ ଝିଅ ଭାବେ ନୁହେଁ, ବରଂ ଜଣେ ମେଧାବୀ ଛାତ୍ରୀ ଏବଂ ସଫଳ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନାସନାଲ ସ୍କୁଲରୁ ପାଠ ପଢ଼ିବା ପରେ ୟୁନିଭର୍ସିଟି କଲେଜ ଲଣ୍ଡନରୁ କ୍ଲିନିକାଲ ଏବଂ ପବ୍ଲିକ ହେଲଥ ନ୍ୟୁଟ୍ରିସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏବେ ସେ ସଚିନ ତେନ୍ଦୁଲକର ଫାଉଣ୍ଡେସନର ନିର୍ଦ୍ଦେଶିକା ଭାବେ ମଧ୍ୟ କାର୍ଯ୍ୟ ତୁଲାଉଛନ୍ତି। ଅନ୍ୟପକ୍ଷରେ, ରାଜବୀର ଦେଓଲ ମଧ୍ୟ ବଲିଉଡର ଜଣେ ଉଦୀୟମାନ ଅଭିନେତା। ସେ ହିନ୍ଦୀ ଚଳଚ୍ଚିତ୍ର ‘ଦୋନୋ’ ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ବଲିଉଡରେ ନୂଆ ସୁଯୋଗକୁ ଅପେକ୍ଷା କରିଛନ୍ତି। ଦେଓଲ ଏବଂ ତେନ୍ଦୁଲକର ପରିବାର ମଧ୍ୟରେ ଏହି ସମ୍ପର୍କ ଯଦି ବିବାହର ରୂପ ନିଏ, ତେବେ ଏହା ଚଳିତ ବର୍ଷର ସବୁଠାରୁ ବଡ଼ ଚର୍ଚ୍ଚିତ ବିବାହ ହେବ ବୋଲି ଅନୁମାନ କରାଯାଉଛି।




