Uncategorized
ଆନ୍ଦୋଳନରୁ ହଟିଲେ ପାଚିକା ମହାସଂଘ – Bastabbadi


ଭୁବନେଶ୍ବର: ଦୀର୍ଘ 4 ଦିନର ପ୍ରତିବାଦ ପରେ ‘ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକ ପାଚିକା ମହାସଂଘ’ଙ୍କୁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି । ପରିଚୟ ପତ୍ର ପ୍ରଦାନ, ଦରମା ବୃଦ୍ଧି ଓ ନିୟମିତ ଚାକିରି କରିବା ଭଳି ଦାବିକୁ ସରକାର ଗ୍ରହଣ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିଶ୍ରୁତି ମିଳିବା ପରେ ଲୋୟର ପିଏମ୍ଜିରେ ପାଚିକା ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । କୁପୋଷଣ ଦୂର କରିବା, ବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ ଯୋଜନା ପ୍ରଣୟନ କରିଛନ୍ତି । ଏହାକୁ ସଫଳ ରୂପାୟନ ପାଇଁ ପାଚିକାମାନେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ରାଜ୍ୟରେ ପ୍ରାୟ ଲକ୍ଷାଧିକ ପାଚିକା ଦୈନିକ ମାତ୍ର 80 ଟଙ୍କା ଭାବେ ମାସକୁ 3 ହଜାର ଟଙ୍କା ଦରମା ପାଇଥାନ୍ତି । ସେହିପରି 10 ମାସକୁ ଦରମା ବାବଦରେ ବାର୍ଷିକ 30 ହଜାର ଟଙ୍କା ପାଇଥାନ୍ତି । ଏହା ବ୍ୟତୀତ ବିଗତ 3 ମାସର ଦରମା ବନ୍ଦ ହେବା ପରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।




