ଓଡ଼ିଶାରାଜନୀତି

କୋଟିଆ ବିବାଦ ତେଜିଲା, ଆସନ୍ତାକାଲି ସର୍ବଦଳୀୟ ବୈଠକ!

କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ! ସୀମା ବିବାଦର ସମାଧାନ ପାଇଁ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେପଟେ ଆନ୍ଧ୍ରର କଥିତ ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ରାଜ୍ୟ ସରକାର। ଅନ୍ୟପଟେ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରି ମଇଦାନକୁ ଓହ୍ଲାଇଛି ବିଜେଡି।

ଅନ୍ୟପଟେ, କୋଟିଆରେ ଆନ୍ଧ୍ରର କାର୍ଯ୍ୟକଳାପକୁ ନେଇ ପୁଣି ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ୨୦୦୬ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ସ୍ଥିତାବସ୍ଥା ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆଣିଛି ଓଡ଼ିଶା। ଏହି ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରାଯାଉଛି।ପୁରୁଣା ମାମଲାକୁ ପୁଣି ଖୋଲାଯିବ ନା ନୂଆ ମାମଲା ଦାଏର କରାଯିବ, ସେନେଇ ଆଡଭୋକେଟ୍ ଜେନେରାଲ୍ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

Related Articles

Back to top button