ଅମ୍ବାନୀ ପରିବାର ସହ ମସ୍ତି କଲେ ଧୋନୀ

କ୍ୟାପଟେନ୍ କୁଲ୍ ଭାବରେ ବେଶ ଜଣାଶୁଣା ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟ ମୈଦାନରେ ଉଡେ ଚୌକା ଛକା । ହେଲେ ଏଥର କ୍ରିକେଟ୍ ମଇଦାନ ନୁହେଁ, ନବରାତ୍ରି ମେଳାରେ ଧମାଲ୍ କରୁଥିବା ନଜର ଆସିଛନ୍ତି ଧୋନୀ । କେତେବେଳେ ଡ୍ରାଗନ୍ ରାଇଡ୍ରେ ବସି ରୋମାଞ୍ଚର ମଜା ନେଉଛନ୍ତି, ତ ଆଉ କେତେବେଳେ ଆଇସ୍କ୍ରିମ୍ ଖାଇ ଫ୍ୟାନ୍ଙ୍କ ସହ ସମୟ ବିତାଉଛନ୍ତି । ଗୁଜରାଟର ଜାମନଗରରେ ଅମ୍ବାନୀ ପରିବାର ଆୟୋଜନ କରିଥିବା ନବରାତ୍ରି ମେଳାରେ ଧୋନୀଙ୍କ ମସ୍ତିଭରା ଅନ୍ଦାଜ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ।
ଅକ୍ଟୋବର ୧୮ ତାରିଖରେ ଗୁଜରାଟର ଜାମନଗରସ୍ଥିତ ରିଲାଏନ୍ସ ଟାଉନ୍ସିପ୍ରେ ଆୟୋଜିତ ନବରାତ୍ରି ମେଳାରେ ସାମିଲ ହୋଇଥିଲେ ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ତାଙ୍କ ସହ ଥିଲେ ପତ୍ନୀ ସାକ୍ଷୀ ଧୋନୀ । ଏହି ଉତ୍ସବରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ମଧ୍ୟ ସାମିଲ ହୋଇଥିଲେ । ରାତି ଅଧରେ ମେଳାର ବିଭିନ୍ନ ଆକର୍ଷଣୀୟ ରାଇଡ୍ର ମଜା ନେଇଥିଲେ ଏହି ଦଳ । ସେମାନଙ୍କ ମସ୍ତିଭରା ମୁହୂର୍ତ୍ତର ଭିଡିଓ ଏବେ ଇଣ୍ଟରନେଟ୍ରେ ଚର୍ଚ୍ଚା ସୃଷ୍ଟି କରିଛି ।




