ଓଡ଼ିଶାକ୍ରୀଡ଼ା

ହକି ଖେଳାଳୀକୁ ପୁରସ୍କାର ଦେଲେ ମୁଖ୍ୟମନ୍ତ୍ରୀ

ଏସୀୟ କ୍ରୀଡ଼ା ୨୦୨୬ରେ ଦେଶ ପାଇଁ ସ୍ୱର୍ଣ୍ଣିମ ଇତିହାସ ରଚିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇଲି।

ଉଭୟ ଦଳର ଏହି ଐତିହାସିକ ସଫଳତା ଏବଂ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ସମଗ୍ର ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିଛି। ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପୋଙ୍କ ଅସାଧାରଣ ପ୍ରଦର୍ଶନ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିବା ସହ ଆଗାମୀ ପିଢ଼ିର ଯୁବ ପ୍ରତିଭାଙ୍କ ପାଇଁ ଅତୁଟ ପ୍ରେରଣା ସୃଷ୍ଟି କରିଛି।

ଏହି ଉଲ୍ଲେଖନୀୟ ସଫଳତା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ସ୍ୱତନ୍ତ୍ର ପୁରସ୍କାର ରାଶି ଘୋଷଣା କରି ସମ୍ମାନିତ କଲି। ବିଜୟୀ ଦଳର ପ୍ରତ୍ୟେକ ଖେଳାଳି ଏବଂ ପ୍ରଶିକ୍ଷକଙ୍କ କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତିକୁ ଉଚିତ ସ୍ୱୀକୃତି ଦେବା ସହ କ୍ରୀଡ଼ାବିତ୍‌ଙ୍କ ମନୋବଳକୁ ଆହୁରି ସୁଦୃଢ଼ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଆମ ସରକାର ସର୍ବଦା କ୍ରୀଡ଼ାର ଉନ୍ନତି ଓ ଖେଳାଳିମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ପୂର୍ଣ୍ଣ ସମର୍ପଣର ସହ କାର୍ଯ୍ୟ କରିଚାଲିବ।

Related Articles

Back to top button