ଓଡ଼ିଶା

ଦାଣ୍ଡିଆ ପାଇଁ ମତୁଆଲା ଯୁବପିଢ଼ି

ମା’ଙ୍କ ଆରାଧନାରେ ମୁଖରିତ ସାରା ଓଡ଼ିଶା, ପୀଠରେ ସପ୍ତମୀ ମଣ୍ଡପରେ ଷଷ୍ଠୀ । ଆଉ ଏପଟେ ନାବରାତ୍ରୀକୁ ନେଇ ଚାରିଆଡ଼େ ଉତ୍ସାହ ଓ ଉଲ୍ଲାସ । ଦାଣ୍ଡିଆର ତାଳେ ତାଳେ ଝୁମୁଛନ୍ତି ପିଲାମାନେ । ଦଶହରାରେ ବୁଲାବୁଲି, ମାର୍କେଟିଂ ସାଙ୍ଗକୁ ଦାଣ୍ଡିଆ ନାଇଟ୍ସରେ ଡ୍ୟାନ୍ସ କରିବାର ମଜା ନେବାକୁ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ କହିଲେ ନ ସରେ। ଏଥିପାଇଁ ଅନେକ ସ୍ଥାନରେ ସ୍ପେଶାଲ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। କେଉଁଠି ଡିଜେ ମ୍ୟୁଜିକ୍‌ ଏବଂ ଆଉ କେଉଁଠି ନାମୀ ଦାମୀ ସିଙ୍ଗରଙ୍କ ଲାଇଭ୍‌ ସିଙ୍ଗ୍‌ରେ ଦାଣ୍ଡିଆ ନାଇଟ୍ସର ସଭିଏଁ ଭରପୁର ମଜା ନେବାର ବ୍ୟବସ୍ଥା କରାଯାଇଛି। ଏମିତିକି କେତେକ ବଡ଼ ହୋଟେଲ୍‌, ଶପିଂ ମଲ୍‌ରେ ମଧ୍ୟ ଦାଣ୍ଡିଆ ନାଇଟ୍ସ ଆୟୋଜନ କରାଯାଇଛି।

କେଉଁଠି ଫ୍ରି ତ କେଉଁଠି ଟିକେଟ୍‌ର ବ୍ୟବସ୍ଥା ରହିଥିବା ବେଳେ ଆଉ କେଉଁଠି ଏହାକୁ ନେଇ କମ୍ପିଟିଶନ୍‌ ଏବଂ କୃତୀ ପ୍ରତିଯୋଗୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି।କେବଳ ଏତିକି କଲରଫୁଲ୍‌ ଦାଣ୍ଡିଆ ବାଡି ବି ପ୍ରାୟ ସବୁ ମାର୍କେଟରେ ବହୁମାତ୍ରାରେ ବିକ୍ରୀ ହେଉଛି। ତେବେ କେତେକ ଡାନ୍ସ ଏକାଡେମୀରେ ଏଥିପାଇଁ ଆଗ୍ରହୀ ଯୁବତୀ ଯୁବକଙ୍କୁ ସ୍ପେଶାଲ୍‌ ଡ୍ୟାନ୍ସ ଶିକ୍ଷା ମଧ୍ୟ ଦିଆଯାଉଛି।

Related Articles

Back to top button