
ବହୁଚର୍ଚ୍ଚିତ ‘ବ୍ଲୁ ଡ୍ରମ୍’ ହତ୍ୟା ମାମଲାରେ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଅଦାଲତ । ୩୦ ସେପ୍ଟେମ୍ବରରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡ ଘୋଷଣା ସମୟରେ ମୁସ୍କାନ ଓ ସାହିଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ିଥିଲେ। କୋର୍ଟରେ ସୌରଭଙ୍କ ମା’ ରେଣୁ ଓ ଭାଇ ବବଲୁ ମଧ୍ୟ ଉପସ୍ଥିତ ଥିଲେ।
ସୌରଭଙ୍କ ଓକିଲ କହିଛନ୍ତି, “ମହାଭାରତର କିଛି ଅଂଶ ଉଦ୍ଧୃତ କରି ବିଚାରପତି କହିଛନ୍ତି ଯେ କୋର୍ଟ ତା’ର କାମ କରିବ। ପ୍ରତିରକ୍ଷା ଦଳ ବହୁତ ପ୍ରୟାସ କରିଥିଲା, କିନ୍ତୁ ଆମେ ତଥାପି ଜିତିଲୁ। ସୌରଭଙ୍କ ପରିବାର କିଛି କହିଲେ ନାହିଁ।ଘର ଭିତରେ ଏକ ବଡ଼ ନୀଳ ଡ୍ରମ୍ରୁ ସୌରଭଙ୍କ ମୃତଦେହ ମିଳିବା ପରେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।ଏହି ମାମଲାରେ ଅଦାଲତରେ ମୋଟ ୧୨୬ ଥର ଶୁଣାଣି ହୋଇଥିଲା। ୨୨ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଉଭୟ ପକ୍ଷ ନିଜ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ। ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ରଙ୍କ ଅଦାଲତରେ ମାମଲାର ବିଚାର ହୋଇଥିଲା।
୨୦୨୫ ମାର୍ଚ୍ଚ ୧୭ ତାରିଖରେ ମାମଲାଟି ଅଦାଲତରେ ପହଞ୍ଚିଥିଲା। ମାର୍ଚ୍ଚ ୧୯ରେ ମୁସ୍କାନ ଓ ସାହିଲଙ୍କୁ ମିରଟ୍ ଜେଲ୍କୁ ପଠାଯାଇଥିଲା। ପରେ ଜୁଲାଇ ୨୦୨୫ରେ ମାମଲାର ବିଚାର ଜିଲ୍ଲା ଜଜ୍ଙ୍କ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ପ୍ରାୟ ୧୩ ମାସ ଧରି ବିଚାର ପ୍ରକ୍ରିୟା ଚାଲିଥିଲା। ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସମୟରେ କୋର୍ଟ କହିଥିଲେ, “ଅପରାଧ ସମାଜରେ ଭୟର ବାତାବରଣ ସୃଷ୍ଟି କରେ। ସମସ୍ତ ପ୍ରମାଣ ଯାଞ୍ଚ କରିବା ପରେ ସ୍ପଷ୍ଟ ହୋଇଥିଲା ଯେ ଉଭୟେ ମିଶି ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।




