ଜମି ପାଇଁ ୭୦ ରାଉଣ୍ଡ ଗୁଳି । ମାଷ୍ଟର ମାଇଣ୍ଡ ଗିରଫ

ବର୍ଷେ ପରେ ମାଷ୍ଟରମାଇଣ୍ଡ ଗିରଫ । ଜଣେ ଦୁଗ୍ଧ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ତାଙ୍କ ୁପରକୁ ୭୦ ରାଉଣ୍ଡ ଗୁଳି ଚଳାଇଥିଲେ । ପୂର୍ବରୁ ଅଭିଯୁକ୍ତଙ୍କୁ ପୋଲିସ୍ ଧରିଥିବା ବେଳେ । ଏବେ ମାଷ୍ଟରମାଇଣ୍ଡ ଗିରଫ ହୋଇଛି । ସିସିଟିଭି ଆଧାରରେ ପୋଲିସ୍ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଦିଲ୍ଲୀର ଫତେପୁର ବେରୀ ଅଞ୍ଚଳରେ ମୁଖ୍ୟ ଅଭିଯୁକ୍ତ ରଣବୀର ଲୋହିଆ ଏବଂ ଦୁଗ୍ଧ ବ୍ୟବସାୟୀ ରତନ ଲୋହିଆଙ୍କ ମଧ୍ୟରେ ଜମିଜମା ବିବାଦ ଲାଗିିରହିଥିଲା । ଏଥିପାଇଁ ରତନଙ୍କୁ ହତ୍ୟା ପାଇଁ ରଣବୀର ଷଡ଼ଯନ୍ତ୍ର ରଚିଥିଲା ବୋଲି କୁହାଯାଉଛି।
ତେବେ ତଦନ୍ତ ସମୟରେ ଭିଡ଼ିଓ ଫୁଟେଜ ସାମ୍ନାକୁ ଆସିଥିଲା । ଯେଉଁଥିରେ ରଣବୀର ହତ୍ୟାରେ ସମ୍ପୃକ୍ତ ଥିବା ଗୁଳିଚାଳକଙ୍କ ସହ ବସିଥିବା ଦେଖାଯାଇଥିଲା । ପୋଲିସ୍ ଏହି ଫୁଟେଜ୍ କୁ ପରୀକ୍ଷା ପାଇଁ ଫୋରେନସିକ ସାଇନ୍ସ ଲାବୋରେଟୋରୀକୁ ପଠାଇଛି । ତଦନ୍ତକାରୀମାନେ ରଣବୀରଙ୍କ ବିରୋଧରେ ଅନ୍ୟ ପ୍ରମାଣ ମଧ୍ୟ ପାଇଛି । ଯେଉଁଥି ପାଇଁ ତାଙ୍କୁ ଗିରଫ କରାଯାଇଛି । ଦାର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ୨୦୨୪ ମସିହାରେ ରତନ ଲୋହିଆଙ୍କ ପୁଅ ଦୀପକଙ୍କ ଉପରେ ଆକ୍ରମଣ ହେବା ପରେ ବିବାଦ ତୀବ୍ର ହୋଇଥିଲା ।
ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କିଏ ସାମିଲ ଅଛନ୍ତି । ସିଧାସଳଖ ସମ୍ପର୍କ ଅଛି କି ନାହିଁ ..ତାହା ଧରିବାକୁ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଚେଷ୍ଟା କରୁଚନ୍ତି । ଆହୁରି ପଚରାଉଚରା ଏବଂ ତଦନ୍ତ ଦ୍ୱାରା ଏହି ରକ୍ତାକ୍ତ ସଂଘର୍ଷର ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।




