
ଝାରପଡ଼ା ଜେଲ ଗଲା ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶ୍ରୀଧର ପଣ୍ଡା । ହସ୍ପିଟାଲରୁ ଡିସଚାର୍ଜ ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ହେଲେ ଶ୍ରୀଧର ପଣ୍ଡାର ଭୟଙ୍କର କଳା କାରନାମା ସାମ୍ନାକୁ ଆସିଛି । ତା ଭିତରେ ଏକ ପେସାଦାର ଚୋର ପ୍ରବୃତ୍ତି ସହ ଜଣେ ଭୟଙ୍କର ଯୌନପିପାସୁ ମାନସିକତା ଲୁଚି ରହିଥିଲା। ପୋଲିସ ଜବତ କରିଥିବା ଶ୍ରୀଧରର ମୋବାଇଲ୍ରୁ ତାର କାମାନ୍ଧତାର ସମସ୍ତ କଳା କାରନାମା ଜଣାପଡ଼ିଛି।
ଶ୍ରୀଧରର ମୋବାଇଲ୍ରେ ୮ରୁ ଅଧିକ ଯୁବତୀଙ୍କ ନଗ୍ନ ଭିଡିଓ ଥିବା ଜଣାପଡ଼ିଛି । ଚୋରି କରିବା ପାଇଁ ସେ ରେକି କଲାବେଳେ ଏସବୁ ଭିଡିଓ ସୁଟିଂ କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ଏହି ନରରାକ୍ଷସ | ଏହାର କଳକାରନାମା ବିଷୟରେ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ | ବହୁ ସମୟରେ ସେ ରାଜଧାନୀର ବିଭିନ୍ନ ଲେଡିଜ୍ ହଷ୍ଟେଲକୁ ଟାର୍ଗେଟ୍ କରୁଥିଲା। ବିଶେଷକରି ନୟାପଲ୍ଲୀ ଓ ସତ୍ୟନଗର ଅଞ୍ଚଳରେ ଥିବା ଲେଡିଜ୍ ହଷ୍ଟେଲଗୁଡ଼ିକ ତା ନିଶାଣରେ ଥିଲା। ବେଶ୍ କାଇଦାରେ ସେ ଝରକା ପଛରେ ଲୁଚିରହି ଯୁବତୀମାନଙ୍କ ବିଭିନ୍ନ ଫଟୋ ଉଠାଉଥିଲା ଏବଂ ସେମାନେ ପୋଷାକ ବଦଳାଉଥିବା ବେଳର ନଗ୍ନ ଭିଡିଓ ଉତ୍ତୋଳନ କରୁଥିଲା। ସେମିତି ଗାଧୁଆଘର ଭିତରେ ଯୁବତୀଙ୍କ ଗୋଧୋଇବା ବେଳର ଦୃଶ୍ୟ ମଧ୍ୟ ସେ ମୋବାଇଲ୍ରେ ସୁଟିଂ କରିପାରିଥିବା ଜଣାପଡ଼ିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରାୟ ସବୁବେଳେ ହାଫ୍ ପ୍ୟାଣ୍ଟ ବା ବରମୁଡ଼ା ଓ ଟି-ସାର୍ଟରେ ଥିବା ଅଭିଯୁକ୍ତ ନିଜକୁ ଜଣେ ଚାକିରି ଆଶାୟୀ ତଥା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଭଳି ଉପସ୍ଥାପନ କରୁଥିଲା। ତେଣୁ ଲେଡିଜ୍ ହଷ୍ଟେଲ ଆଖପାଖରେ ଘୂରି ବୁଲୁଥିବା ବେଳେ ତାକୁ ସାଧାରଣରେ କେହି ସନ୍ଦେହ କରିପାରୁନଥିଲେ । ସପ୍ତାହକ ପୂର୍ବରୁ ପୀଡ଼ିତାଙ୍କ ଉପରେ ନଜର ପଡ଼ିଥିଲା | ଆଉ ସୁଯୋଗ ପାଇଁ ନରରାକ୍ଷସ ଶ୍ରୀଧର ଘର ଭିତରକୁ ପଶିଯାଇ ସେ ପୀଡ଼ିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଦେଇଥିଲା ଏବଂ ତାଙ୍କ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲା ।




