ଅପରାଧଓଡ଼ିଶା

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର | ଗୋଡେଇ ଗୋଡେଇ ଧରିଲା ପୋଲିସ |

ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ଚାଲିଥିଲା ଜୋରଦାର ତଦନ୍ତ | ଆଜି ପୋଲିସ ହାତରେ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଏକ ନାଟକୀୟ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଯୁବକ ଖସି ପଳାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏହାପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ପୁଲିସ ଗୁଳି କରିଛି । ଗୁଳି ଅଭିଯୁକ୍ତର ଗୋଡ଼ରେ ବାଜିଥିବା କୁହାଯାଉଛି । ଏହାପରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଥାଉ କି, ୩ ଦିନ ତଳେ ରାଜଧାନୀର ଭିଆଇପି ଅଞ୍ଚଳ କୁହାଯାଉଥିବା ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କ ଘରେ ପଶି ଶ୍ରୀଧର ପଣ୍ଡା ବନ୍ଧୁକ ଦେଖାଇ ଜଣେ ବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଦୀର୍ଘ ୩ ଦିନ ହେବ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରିଥିଲେ ବିଫଳ ହୋଇଥିଲା । ହେଲେ ହଠାତ ସେ ଏକ ସ୍ଥାନରେ ଥିବା ନେଇ ପୋଲିସ ଖବର ପାଇବା ପରେ ତାକୁ ଧରିବାକୁ ଚେଷ୍ଟା କରିଥିଲା । ହେଲେ ଅଭିଯୁକ୍ତ ପୁଲିସ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ବାଧ୍ୟ ହୋଇ ପୋଲିସ ଶେଷରେ ଏନକାଉଣ୍ଟର କରିଥିବା ଜଣାପଡ଼ିଛି ।

Related Articles

Back to top button