
ଭୁବନେଶ୍ୱର, ଅକ୍ଟୋବର ପହିଲାରୁ ଅନେକ ଜରୁରୀ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର। ବିଶେଷକରି ଏଲପିଜି ଗ୍ୟାସ୍ ବ୍ୟବହାରକାରୀଙ୍କ ପାଇଁ ,ଏକ ନୂଆ ନିୟମ ଆସୁଛି।ଆଜିଠାରୁ ସବସିଡି ଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ପାଇଁ ‘ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ’ ବାଧ୍ୟତାମୂଳକ କରାଯାଉଛି ।ଗ୍ୟାସ୍ ସିଲିଣ୍ଡର ପାଇଁ ଏଥର କେବଳ ବୁକିଂ କରିଦେଲେ, ଚଳିବନି ବରଂ ଏକ ଗୁରୁତ୍ୱପୂର୍ଣ୍ଣ ବାୟୋମେଟ୍ରିକ୍ ପ୍ରକ୍ରିୟା, ପୂରଣ କରିବାକୁ ପଡିବ । ସବସଡିର ଲାଭ କେବଳ, ଯୋଗ୍ୟ ପରିବାର ପାଖରେ ପହଞ୍ଚାଇବା, ଡୁପ୍ଲିକେଟ ଏଲପିଜି କନେକ୍ସନ ଚିହ୍ନଟ କରିବା ସହ, ଘରୋଇ ସବସିଡିଯୁକ୍ତ ସିଲିଣ୍ଡରର ବ୍ୟବସାୟିକ ବ୍ୟବହାର ରୋକିବା ପାଇଁ, ଏହି ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ନିୟମ ଅନୁସାରେ ଅଥଣ୍ଟିକେସନ ପୂରଣ ନକଲେ ଏଲପିଜି ସିଲିଣ୍ଡର ତ ମିଳିବ, ହେଲେ ମିଳିବନି ସବସିଡି ଲାଭ । ଉପଭୋକ୍ତାଙ୍କୁ ବଜାର ଦରରେ, ସିଲିଣ୍ଡର କିଣିବାକୁ ପଡିବ । ଅକ୍ଟୋବର ୧ରୁ ବଦଳିଯିବାକୁ ଯାଉଛି ଫିକ୍ସଡ୍ ଡିପୋଜିଟ ବା ସ୍ଥାୟୀ ଜମା ସଂପର୍କିତ ନିୟମ । ପ୍ରତ୍ୟେକ କାର୍ଯ୍ୟଦିବସରେ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ୱେବସାଇଟ୍ରେ ବଲ୍କ ଡିପୋଜିଟ୍ ସହ ଜମା ଉପରେ ଲାଗୁଥିବା ସୁଧ ହାର ପ୍ରକାଶ କରିବାକୁ ପଡ଼ିବ ।




