ଓଡ଼ିଶା

ମାନବିକତାର ପରିଚୟ ଦେଲେ ଧର୍ମଶାଳା ବିଧାୟକ। ଦରମାରୁ ୫ ଲକ୍ଷ ଟଙ୍କା ପ୍ରଦାନ

ମାନବିକତା, ସମ୍ବେଦନଶୀଳତା ଓ ଜନସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ। ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅରେଇକଣା ଗ୍ରାମପଞ୍ଚାୟତର ରମାପୁର ଗାଁର ମୁକେଶ ଚନ୍ଦ୍ର ରାୟଙ୍କ ୧୬ ମାସର କୁନି ଝିଅ ତ୍ରିସିକା ରାୟଙ୍କ ଚିକିତ୍ସା ନିମନ୍ତେ ନିଜର ମାସିକ ଦରମାରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବିଧାୟକ।

ସୂଚନା ଅନୁଯାୟୀ, ତ୍ରିସିକା ଏକ ଦୁର୍ଲଭ ତଥା ଗୁରୁତର ସ୍ନାୟୁଜନିତ ରୋଗ ‘ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି (SMA) ଟାଇପ୍-୨’ରେ ପୀଡ଼ିତ ଅଛନ୍ତି। ଏତେ କମ୍ ବୟସରେ ଏଭଳି ଗୁରୁତର ରୋଗରେ ପୀଡ଼ିତ ହୋଇଥିବାରୁ ତ୍ରିସିକାଙ୍କ ପରିବାର ଗଭୀର ଚିନ୍ତା ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। କୁନି ଝିଅଟିର ଚିକିତ୍ସା ପାଇଁ ପ୍ରାୟ ୧୬ କୋଟି ଟଙ୍କାର ଔଷଧ ଓ ଚିକିତ୍ସା ଖର୍ଚ୍ଚ ଆବଶ୍ୟକ ଥିବା ଜଣାପଡ଼ିଛି।

ଏଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ବିଧାୟକ ଶ୍ରୀ ସାହୁ ନିଜର ମାସିକ ଦରମାରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରି ତ୍ରିସିକାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ତାଙ୍କର ଏହି ମାନବିକ ପଦକ୍ଷେପ ଅସହାୟ ପରିବାରକୁ ଆଶ୍ୱାସନା ଦେବା ସହ କୁନି ଝିଅଟିର ଚିକିତ୍ସା ପାଇଁ ଆଶାର ଆଲୋକ ସୃଷ୍ଟି କରିଛି…

Related Articles

Back to top button