ଅପରାଧଜାତୀୟ

ସହି ପାରିଲେନି ନିର୍ଯ୍ୟାତନା, ଫ୍ୟାନରେ ଝୁଲିପଡିଲେ ନବବଧୂ

ବାହାଘରକୁ ମାତ୍ର ୪ ମାସ ପୂରିଥିଲା। ଆଖିରେ ଆଖିଏ ସ୍ୱପ୍ନ ଥିଲା | ହେଲେ ଯୌତୁକ ନିଆଁରେ ଜଳିଗଲେ ନବବଧୂ | ଆଶା ଥିଲା ସୁନାର ସଂସାର ଗଢିବେ ହେଲେ ଯୌତୁକ ନିର୍ଯ୍ୟାତନା ଏତେ ବଢିଗଲା ଯେ ଶେଷରେ ଜୀବନ ହରିଦେଲେ ୨୪ ବର୍ଷୀୟା ଆଇଟି ଇଞ୍ଜିନିୟର ବୈଷ୍ଣବୀ ଓମକାର ଗିସ୍ରେ |

ବୈଷ୍ଣବୀଙ୍କ ପରିବାରର ଅଭିଯୋଗ ଅନୁସାରେ, ବାହାଘରରେ ପ୍ରାୟ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ୧୧୬.୬୪ ଗ୍ରାମ ସୁନା ଦିଆଯାଇଥିଲା। ତଥାପି ବାହାଘର ପରେ ଗାଡ଼ି କିଣିବା ପାଇଁ ଆଉ ୫ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ ଚାପ ଦିଆଯାଉଥିବା ଅଭିଯୋଗ ହୋଇଛି। ମେ’ ୯ ତାରିଖରେ ବୈଷ୍ଣବୀ ଓମକାର ସଞ୍ଜୟ ଗିସ୍ରେଙ୍କୁ ବିବାହ କରିଥିଲେ। ପରେ ଯୌତୁକ ଦାବିକୁ ନେଇ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ପରିବାର ଅଭିଯୋଗ କରିଛନ୍ତି |

ଗୁରୁବାର ରାତିରେ ପୁଣେର ୱାଡାଚିୱାଡି ସ୍ଥିତ ଘରେ ବୈଷ୍ଣବୀଙ୍କ ମୃତଦେହ ମିଳିଥିଲା। ପୋଲିସ ଅନୁସାରେ, ସେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ।ଘଟଣାକୁ ନେଇ ବୈଷ୍ଣବୀଙ୍କ ବାପା ପ୍ରବୀଣ ରଘୁନାଥ ଜାରାଣ୍ଡେ ପୋଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ସ୍ୱାମୀ ଓମକାର, ଶ୍ୱଶୁର ସଞ୍ଜୟ ମହାଦେବ ଗିସ୍ରେ ଏବଂ ଶାଶୂ ରୁପାଲି ସଞ୍ଜୟ ଗିସ୍ରେଙ୍କ ବିରୋଧରେ ଯୌତୁକ ନିଷେଧ ଆଇନ ଓ ଆତ୍ମହତ୍ୟା ପାଇଁ ଉସକାଇବା ସମ୍ପର୍କିତ ଧାରାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

Related Articles

Back to top button