Uncategorized

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରରେ ନିକଟରେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସ୍ୱାଗତ କରିବା ସହ ଭକ୍ତମାନେ ଯେପରି ଶୃଙ୍ଖଳିତ ଏବଂ ସୁରୁଖୁରୁରେ ଦର୍ଶନ କରିପାରିବେ, ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଉପରେ ମତ ରଖି ଜଗତଗୁରୁ କହିଛନ୍ତି ଯେ, ବର୍ତ୍ତମାନ ବିଶ୍ୱବ୍ୟାପୀ ଅରାଜକତା ବୃଦ୍ଧି ପାଉଛି ଏବଂ ଧର୍ମ-ସଂସ୍କୃତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଓଡ଼ିଶାରେ ଯେପରି ଏଭଳି ସ୍ଥିତି ଉପୁଜି ନପାରେ, ସେଥିପାଇଁ ସେ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି। ସନାତନ ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଆବଶ୍ୟକ ପରାମର୍ଶ ନିଆଗଲେ, ସେ ଉଚିତ୍ ଦିଗଦର୍ଶନ ଦେଇପାରିବେ ବୋଲି ପ୍ରକାଶ କରିଛନ୍ତି।

Related Articles

Back to top button