Uncategorized

ପାଟଣାରେ ବର୍ଷା ବିପତ୍ତି: ଇଟା କାନ୍ଥ ଭୁଶୁଡ଼ି ୩ ବର୍ଷର ଶିଶୁକନ୍ୟାର ମୃତ୍ୟୁ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତର ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ଲଗାଣ ବର୍ଷା ଯୋଗୁଁ ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ ତଳେ ଚାପିହୋଇ ଜଣେ ୩ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁଟି ହେଲେ ସ୍ୱାମ ଗ୍ରାମର ବଣ୍ଟି ମୁଣ୍ଡାଙ୍କ ଝିଅ ପ୍ରମିଳା ମୁଣ୍ଡା। ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ହେଉଥିବା ସମୟରେ ପ୍ରମିଳାଙ୍କ ମା’ ତାଙ୍କୁ ଗୋଟିଏ ପରିତ୍ୟକ୍ତ ଘର ନିକଟରେ ଛାଡ଼ି ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ସେହି ଘରର ଭିଜିଥିବା ଇଟା କାନ୍ଥଟି ଭୁଶୁଡ଼ି ଶିଶୁଟି ଉପରେ ପଡ଼ିଯାଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା ପରେ ସମଗ୍ର ସ୍ୱାମ ମୁଣ୍ଡାସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related Articles

Back to top button