ରାଜନୀତି

ରାଜ୍ୟସଭା କ୍ରସ୍‌ ଭୋଟିଂ: ବଞ୍ଚିଗଲେ ବିଧାୟକ | ୨୯ରେ ହେବ ପରବର୍ତ୍ତୀ ଶୁଣାଣି |

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଏବଂ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଓଡ଼ିଶା ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି ..ଦଳ ପ୍ରଥମେ ବାଚସ୍ପତିଙ୍କ ପାଖରେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ଆକ୍ସନ ନେଇଥିଲେ | ହେଲେ ବାଚସ୍ପତି ଏହାକୁ ଖାରଜ କରିଦେଇଥିଲେ | ଏହା ପରେ ବିଜେଡି ସିଧାସଳଖ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା, ଯାହାକୁ ନେଇ ଆଜି କୋର୍ଟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।

ଏହି ହାଇ-ପ୍ରୋଫାଇଲ୍ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱୟଂ ଆଡଭୋକେଟ୍ ଜେନେରାଲ କୋର୍ଟରେ ହାଜର ହୋଇ ସରକାରୀ ଓ ଆଇନଗତ ସ୍ଥିତି ସ୍ପଷ୍ଟ କରିଛନ୍ତି । ବିଜେଡି ଏବଂ ବିଧାୟକଙ୍କ ମଧ୍ୟରେ ଚାଲିଥିବା ଏହି ଆଇନଗତ ଓ ରାଜନୈତିକ ଲଢ଼ଇରେ କୋର୍ଟ ଏହାର ଗମ୍ଭୀରତାକୁ ବିଚାରକୁ ନେଇ ଯଥାଶୀଘ୍ର ସଠିକ୍ ପ୍ରତିଜବାବ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟର ଦଳୀୟ ରାଜନୀତିକୁ ସରଗରମ କରିଥିବା ଏହି କ୍ରସ୍‌ ଭୋଟିଂ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ଧାର୍ଯ୍ୟ କରାଯାଇଛି । ଆଗାମୀ ଦିନରେ ଏହି ମାମଲାର ଆଇନଗତ ରାୟ କାହାର ପକ୍ଷରେ ଯାଉଛି, ତାହା ଉଭୟ ଶାସକ ଏବଂ ବିରୋଧୀ ଦଳ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ଅଟେ ।

 

Related Articles

Back to top button