ରାଜନୀତି

୭ଦିନ ପରେ ଫେରିବେ ନବୀନ | ବିମାନବନ୍ଦରରେ ପ୍ରବଳ ଭିଡ଼ |

୭ ଦିନ ହେବ ଓଡ଼ିଶାରେ ନ ଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | କଣ ପାଇଁ ସେ ଦିଲ୍ଲୀ ଯାଇଥିଲେ ଏହାକୁ ନେଇ ଅନେକ ଚର୍ଚ୍ଚା | ହେଲେ ବ୍ୟକ୍ତିଗତ କାମରେ ୭ ଦିନ ପାଇଁ ନବୀନ ଦିଲ୍ଲୀ ଯାଇଥିଲେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି | ଆଜି ମଧ୍ୟାହ୍ନ ୧୨ଟା ୫୦ ମିନିଟ୍‌ରେ ନବୀନ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଗସ୍ତ ଶେଷ କରି ସେ ଭୁବନେଶ୍ୱର ଫେରିବେ । ଆଉ ତାଙ୍କୁ ପାଛୋଟି ଆଣିବା ପାଇଁ ବିମାନ ବନ୍ଦରରେ ନେତା , କର୍ମୀଙ୍କ ଭିଡ଼ ଜମିଛି |

ତେବେ ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଥିବା କୁହାଯାଇଛି । ଏବେ ତାଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନକୁ ନେଇ ବିଜେଡି ଶିବିରରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

Related Articles

Back to top button