
ନିର୍ବାଚନ ପୂର୍ବରୁ ହେଉ କି ପରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବିଜୟ ଥାଲାପତି l ବେଶଷକରି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ବିଜୟଙ୍କ ବଡ଼ ବଡ଼ ଘୋଷଣା କେବଳ ତାମିଲନାଡୁକୁ ନୁହେଁ ସାରା ଦେଶକୁ ଆଶ୍ଚର୍ଯ୍ୟ କରିଛି | ତାଙ୍କ ଫ୍ୟାନ୍ସ ଫଲୋର୍ସ ବି ହୁ ହୁ ହୋଇ ବଢିଚାଲିଛି | ଯାହାକି ଲଣ୍ଡନରେ ଥିବା ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି | ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା |
ପାଦ ପକାଇବାକୁ ଯାଗା ନଥିଲା | ଏହା ପରେ ସୁରକ୍ଷା ଦୃଷ୍ଟିରୁ ବିଜୟଙ୍କ ସାର୍ବଜନୀନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି | ଅନେକ ଲୋକ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ, କିନ୍ତୁ ଆୟୋଜକମାନେ ଘୋଷଣା କରିଥିଲେ ଯେ, ଏହି କାର୍ଯ୍ୟକ୍ରମ ହେବ ନାହିଁ। ଲାଉଡସ୍ପିକର ମାଧ୍ୟମରେ ଜନସମାବେଶକୁ ସମ୍ବୋଧିତ କରି ବିଜୟଙ୍କ ଦଳର ଜଣେ ସଦସ୍ୟ ସୂଚନା ପ୍ରଦାନ କରିଥିଲେ ଯେ, ଆବଶ୍ୟକୀୟ ସୁରକ୍ଷା ଅନୁମତି ଅଭାବରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ବିଜୟଙ୍କ କାର୍ଯ୍ୟକ୍ରମ ବାତିଲ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲା।
ସେମାନଙ୍କ ମଧ୍ୟରୁ ଅନେକ ଯୋଗଦେବା ପାଇଁ ବହୁତ ଦୂର ଯାତ୍ରା କରିଥିଲେ ଏବଂ କାର୍ଯ୍ୟକ୍ରମ ସ୍ଥଳ ବାହାରେ ବହୁ ସମୟ ବିତାଇଥିଲେ। ବାତିଲ ହେବା ପରେ, କେତେକ ପ୍ରଶଂସକ ମନ୍ତବ୍ୟ ଦେଇଥିଲେ ଯେ, ସୁରକ୍ଷା ଦୃଷ୍ଟିକୋଣରୁ ଏହା ଯଥାର୍ଥ ହୋଇଥାଇପାରେ ମାତ୍ର ଯେଉଁମାନେ ଅପେକ୍ଷା କରିଥିଲେ ସେମାନଙ୍କ ବିଷୟରେ ମଧ୍ୟ ବିଚାର କରାଯିବା ଉଚିତ୍ ଥିଲା। ଲୋକମାନେ ସେମାନଙ୍କର କାମ ଛାଡି ଏଠାରେ ପହଞ୍ଚିବା ପାଇଁ ଦୀର୍ଘ ଦୂରତା ଯାତ୍ରା କରିଥିଲେ।




