୫କୋଟିର ଗଣେଶ | ଦେହସାରା ଝଲସୁଛି ହୀରା |

ଏବେ ସବୁଠି ପ୍ରାୟ ନିଆରା ମୂର୍ତ୍ତି ତିଆରି ହେଉଛି | କେଉଁଠି ୬୦-୭୦ ଫୁଟର ବିଶାଳ ବିଶାଳ ମୂର୍ତ୍ତି ତ କେଉଁଠି କାଜୁ, ବାଦାମ ଓ ଫଳରେ ତିଆରି କରାଯାଇଥାଏ ଗଣପତିଙ୍କ ବିଗ୍ରହ। ଯାହା ଲୋକମାନଙ୍କୁ ବେଶ ଆକର୍ଷିତ କରିଥାଏ | ହେଲେ ଏହି ମୂର୍ତ୍ତି ଦେଖିଲେ ଝଲମଲ ହୋଇଯିବ ଆଖି। ଦେହସାରା ହୀରା ଛାଉଣୀ | ପୁରା ଖାଣ୍ଟି ସୁନା ମାନେ ୨୪ କ୍ୟାରେଟ୍ ସୁନାରେ ତିଆରି ହୋଇଛନ୍ତି ବିଘ୍ନବିନାଶକ | ଗଣେଶଙ୍କୁ ଦେଖିଲେ । ଦେହରେ ଲାଗିଛି ୩ ଲକ୍ଷ ୮୩ ହଜାର ୮୦୦ଟି ହୀରା।
ହଁ ଆଂଜ୍ଞା ହାଇଦ୍ରାବାଦର ବେଗମ୍ ବଜାରରେ ପୂଜା ପାଉଥିବା ଗଣେଶଙ୍କ ବିଗ୍ରହଟିକୁ ୨୪ କ୍ୟାରେଟ୍ ସୁନା ପରସ୍ତ ଦ୍ୱାରା ଛାଉଣି କରାଯାଇଛି। ନାଁ ରହିଛି ଗୋଲ୍ଡ ପ୍ଲେଟେଡ୍ ଗଣପତି। ସବୁଠୁ ବଡ଼ କଥା ହେଉଛି, ଏହି ଗଣେଶ ମୂର୍ତ୍ତିରେ ବ୍ୟବହାର ହୋଇଛି ୩ ଲକ୍ଷ ୮୩ ହଜାର ୮୦୦ଟି ଆମେରିକାନ୍ ଡାଏମଣ୍ଡ। ଦୂରରୁ ଦେଖିଲେ ମୂର୍ତ୍ତିଟି ସୁନା ଓ ହୀରାର ଚମକରେ ଝଲସି ଉଠୁଛି।ଏହି ସ୍ୱତନ୍ତ୍ର ମୂର୍ତ୍ତିକୁ ହାଇଦ୍ରାବାଦର ଲିଚି ପର୍ଲ ସେଟ୍ ଜୁଏଲ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଛି।
ତେବେ ଗତ ୮ ମାସ ଧରି ୮ଜଣ କାରିଗର ଅତ୍ୟନ୍ତ ନିଖିଣ ଭାବେ ସୁନା ଗଣେଶଙ୍କୁ ଗଢ଼ିଛନ୍ତି। ଯାହା ଏବେ ଭକ୍ତଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି। ଆକଳନ ଅନୁସାରେ ମୂର୍ତ୍ତିଟିର ମୂଲ୍ୟ ପ୍ରାୟ ୪ରୁ ୫ କୋଟି ଟଙ୍କା ହେବ। ଲୁଟେରାଙ୍କ କବଳରୁ ରକ୍ଷା ପାଇଁ ଏହି ଦାମୀ ଗଣପତିଙ୍କ ନିମନ୍ତେ ପର୍ଯ୍ୟପ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।




