ସାହାଯ୍ୟର ହାତ ବଢ଼ାଇଲା ଭାରତ | ନେପାଳକୁ ଯୋଗାଇବ ୬୫୪ ମେଗାୱାଟ୍ ବିଜୁଳି |

ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ଛାରଖାର ହୋଇଯାଇଥିଲା ନେପାଳ | କାହାର ମୁଣ୍ଡ ନ ଥିଲା ତ ଆଉ କାହାର ଶରୀର ନଥିଲା | ଆଉ କେତେକ ମାଟି ତଳେ ପୋତି ହୋଇ ରହିଥିଲେ | ଏମିତି ପୋକ ମାଛି ପରି ମାରିଥିଲେ ଲୋକେ | ହେଲେ ଏବେ କିଛି ସୁଧାର ଆସିଥିଲେ ମଧ୍ୟ ପୁରା ଅଣ୍ଟା ସଳଖି ଠିଆ ହୋଇନି ନେପାଳ | ନେପାଳର ଅନେକ ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ର (Hydroelectric Plants) ଗୁରୁତର ଭାବେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘରୋଇ ସ୍ତରରେ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଥିବାରୁ ନେପାଳ ବିଦ୍ୟୁତ ପ୍ରାଧିକରଣ (NEA) ସାରା ଦେଶରେ ବିଜୁଳି ଯୋଗାଣ ସମ୍ଭାଳିବାରେ ଅସମର୍ଥ ହୋଇପଡ଼ିଛି |
ଆଉ ଏହି ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ମରାମତି ପାଇଁ ବେଶ୍ କିଛି ମାସ ସମୟ ଲାଗିବ | ଏଣୁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି | ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନେପାଳକୁ ଅଧିକ ବିଜୁଳି ରପ୍ତାନି କରିବା ପାଇଁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରାଯାଇଛି । ୧୩ ସେପ୍ଟେମ୍ବରରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ନୂଆ ବ୍ୟବସ୍ଥା ଲାଗୁ ରହିବ । ପ୍ରତିଦିନ ରାତି ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦିଆଯିବ । ଦୁଇଟି ପ୍ରସାରଣ ଲାଇନ୍ ମାଧ୍ୟମରେ ସର୍ବାଧିକ ୬୫୪ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ହେବ।
ଏହି ସମୟ ମଧ୍ୟରେ ଭାରତରୁ ଯିବାକୁ ଥିବା ବିଜୁଳି ନେପାଳର ହସ୍ପିଟାଲ, ଜରୁରୀକାଳୀନ ସେବା ଓ ସାଧାରଣ ନାଗରିକଙ୍କ ଆବଶ୍ୟକତା ପୂରଣ କରିବ ।ସେମ୍ବର ୨୦୨୬ରେ ଶକ୍ତି ମନ୍ତ୍ରଣାଳୟ ପୁନର୍ବାର ସ୍ଥିତିର ସମୀକ୍ଷା କରିବ । ଏହା ପରେ ଜାନୁଆରୀ ୨୦୨୭ରୁ କେତେ ପରିମାଣର ବିଜୁଳି ଯୋଗାଇ ଦିଆଯିବ, ସେ ନେଇ ନୂଆ ନିଷ୍ପତ୍ତି ନିଆଯିବ । ଏହି ସହାୟତା ଭାରତ ଓ ନେପାଳ ମଧ୍ୟରେ ଥିବା ଦୀର୍ଘଦିନର କୂଟନୈତିକ ଓ ଶକ୍ତି ସହଯୋଗ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି ।




