ଓଡ଼ିଶାପାଣିପାଗ

ମାଡି ଆସୁଛି ବଡ଼ ବର୍ଷା ! ୧୯ ତାରିଖ ପର୍ଯ୍ୟନ୍ତ ପାଣିରେ ଭାସିବ ରାଜ୍ୟ !

ଘୋଟି ଆସିଲାଣି କଲା ହାଣ୍ଡିଆ ମେଘ | ରାଜ୍ୟରେ ପ୍ରବଳ କାଚିବ ବର୍ଷା | ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର | ଖାସ କରି ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ତେବେ ଏହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର , ମୟୁରଭଞ୍ଜ , ବାଲେଶ୍ୱର ଖୋର୍ଦ୍ଧା, ପୁରୀ, ନୟାଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି।

ଆଉ ଅନ୍ୟ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି ୧୫ ଓ ୧୬ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡା, ଗଜପତି ଏବଂ କୋରାପୁଟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ପରେ ଧୀରେ ଧୀରେ ବର୍ଷାର ପ୍ରକୋପ କମିବ |

Related Articles

Back to top button