ଅନ୍ୟାନ୍ୟରାଜନୀତି

‘ଆମ ବସ୍’ ଚଳାଚଳକୁ ବ୍ୟାପକ କରିବାକୁ ସରକାରୀସ୍ତରରେ ଯୋଜନା

ଭୁବନେଶ୍ୱର ,ବ୍ରହ୍ମପୁର ସହରରେ ‘ଆମ ବସ୍’ ଚଳାଚଳକୁ ବ୍ୟାପକ କରିବାକୁ, ସରକାରୀସ୍ତରରେ ଯୋଜନା ହେଉଛି। ୧୦୦ ଇ-ବସ୍ ଚଳାଚଳ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ନା’ ଅଛି ନିର୍ଦିଷ୍ଟ ବସ୍‌ଷ୍ଟପ୍, ନା ଅଛି ସୁସଂଗଠିତ ଯାତ୍ରୀ ଅପେକ୍ଷାସ୍ଥଳ। ରାସ୍ତାକଡ଼ରେ, ବସ୍‌କୁ ଅଟକାଇ ଯାତ୍ରୀ ଉଠାଇବା ଓ ଓହ୍ଲାଇବାକୁ ପଡୁଛି। ଏହା ଯାତ୍ରୀଙ୍କୁ ଅସୁବିଧାରେ ପକାଇବା ସହ, ସହରର ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି। ଏହାର ସମାଧାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ, ସର୍ଭେ କରାଯାଇଥିଲା। ସହରରେ ରହିଥିବା ଯାତ୍ରୀ ବିଶ୍ରାମାଗାରଗୁଡ଼ିକୁ, ନୂଆ ବସ୍‌ଷ୍ଟପ୍‌ରେ ପରିଣତ କରିବା ସହ, ୭ଟି ମଡେଲ୍ ବସ-କ୍ୟୁ ସେଲଟର ଏବଂ ୨୧ ସାଧାରଣ ବସ୍-କ୍ୟୁ ସେଲଟର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ମଡେଲ ବସ୍‌ଷ୍ଟପ୍ ନିର୍ମାଣରେ ପ୍ରାୟ ୧.୪୯ କୋଟି ଟଙ୍କା ଏବଂ ସାଧାରଣ ବସ୍‌ଷ୍ଟପ୍ ପାଇଁ ପ୍ରାୟ ୨.୯୯ କୋଟି ଟଙ୍କା, ବ୍ୟୟ ଅଟକଳ କରାଯାଇଥିଲା। ନିର୍ମାଣ ଖର୍ଚ୍ଚ କ୍ରୁଟ୍ ବହନ କରିବ ଏବଂ ବିଡିଏ ତଦାରଖରେ, ନିର୍ମାଣ କାର୍ଯ୍ୟ ହେବ ବୋଲି ଟେଣ୍ଡରରେ, ଉଲ୍ଲେଖ ରହିଥିଲା। ନିର୍ମାଣ କାମ ୪ ମାସ ମଧ୍ୟରେ ସାରିବାକୁ, ସମୟସୀମା ଧାର୍ଯ୍ୟ, ହୋଇଥିଲା। କିନ୍ତୁ, ୪ ମାସ ପରେ ମଧ୍ୟ ସ୍ଥିତି ଯେଉଁଠି ଥିଲା, ସେଇଠି। ନା ବସ୍‌ଷ୍ଟପ ନିର୍ମାଣ ଆରମ୍ଭ ହେଲା ନା’ ବସ୍-କ୍ୟୁ ସେଲଟର୍ ତିଆରି ହେଲା।

Related Articles

Back to top button