ଅନ୍ତର୍ଜାତୀୟଓଡ଼ିଶା

ବିଶ୍ୱ ଦରବାରରେ ଓଡିଶାର ସ୍ଥାନ | ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ ଗ୍ୟାଲେରୀ ଉଦ୍‌ଘାଟନ |

ଓଡିଶାର ପାରମ୍ପରିକ କଳାକୁ ବିଶ୍ୱ ବଜାରରେ ପହଞ୍ଚାଇବାର ପ୍ରୟାସ | ଏ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ (ODOP) ଗ୍ୟାଲେରୀ ଉଦ୍‌ଘାଟନ କରିଛନ୍ତି | ଓଡିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ କେମିତି ବିଶ୍ୱ ଦରବାରରେ ପହଞ୍ଚିପାରିବ ଏହା ତାଙ୍କର ଲକ୍ଷ୍ୟ | ସେଥିପାଇଁ ଗ୍ୟାଲେରୀରେ ଓଡିଶାର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଛି।

ସମ୍ବଲପୁରୀ ଶାଢ଼ି, କଟକର ମଣିଆବନ୍ଧା ହସ୍ତତନ୍ତ, କଟକର ରୂପା ତାରକସୀ, ରାୟଗଡ଼ାର ଡୋଙ୍ଗରିଆ ଶାଲ, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର ବ୍ଲାକ୍ ଗ୍ରାନାଇଟ୍ ଆଧୁନିକ ମୂର୍ତ୍ତି ଏବଂ ପୁରୀର ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କଳା ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ଓଡିଶାର କାରିଗରଙ୍କ ପାରମ୍ପରିକ ଦକ୍ଷତା, ସୃଜନଶୀଳତା ଓ ସାଂସ୍କୃତିକ ପରିଚୟକୁ ବିଶ୍ୱ ବଜାର ସହ ଯୋଡ଼ିବାର ଏକ ପ୍ରମୁଖ ପଦକ୍ଷେପ। ଏହା ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କୁ ନୂଆ ବଜାର, ଅଧିକ ରୋଜଗାର ଓ ଉଦ୍ୟମିତାର ସୁଯୋଗ ମିଳିବା ସହ ଓଡିଶାର ପାରମ୍ପରିକ ଉତ୍ପାଦର ରପ୍ତାନି ସମ୍ଭାବନା ବଢ଼ିବ।

ସ୍ଥାନୀୟ କାରିଗରଙ୍କ କଳାକୁ ବିଶ୍ୱ ବଜାରରେ ପହଞ୍ଚାଇ ‘Local to Global’ ଯାତ୍ରାକୁ ଆହୁରି ସୁଦୃଢ଼ କରିବାରେ ODOP ଗ୍ୟାଲେରୀ ଏକ ନୂଆ ଦିଗ ଦେଖାଇଛି।

Related Articles

Back to top button