
ସମିତିସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳିମାଡ଼ । ବରଗଡ଼ ଜିଲ୍ଲା ଆଗଲପୁରର ବରପାଲି-ଆଗଲପୁର କେନାଲ ରୋଡ୍ରେ ଦୁର୍ବୃତ୍ତମାନେ ଫାୟାରିଂ କରିଥିବା ସୂଚନା ମିଳିଛି | ଗାଡ଼ିରେ ବସିଥିବା ସମୟରେ ଅଚ୍ୟୁତାନନ୍ଦଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତମାନେ । ଆଉ ଗୁଳିମାଡ଼ ପରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ଅଚ୍ୟୁତାନନ୍ଦ । ଘଟଣାସ୍ଥଳରେ ଡୁଙ୍ଗୁରିପାଲି ଓ ବରପାଲି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।
ହେଲେ ଏହି ଘଟଣା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ କାହିଁକି ଅଚ୍ୟୁତାନନ୍ଦଙ୍କୁ ଟାର୍ଗେଟ୍ କଲେ ଦୁର୍ବୃତ୍ତ? ଏହା ପଛରେ କ’ଣ ରହିଛି କାରଣ? ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି କି, ନା ରହିଛି ଅନ୍ୟ କୌଣସି ବ୍ୟକ୍ତିଗତ କିମ୍ବା ପୁରୁଣା ବିବାଦ?ଦୁର୍ବୃତ୍ତମାନେ କେଉଁମାନେ, କେତେ ଜଣ ଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିକାଣ୍ଡ ଘଟାଇଲେ ସେନେଇ ତଦନ୍ତ ଚାଲିଛି । ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ଜଣାପଡିଛି




