ଓଡ଼ିଶାଜାତୀୟରାଜନୀତି

ମୋଦୀଙ୍କ ଜନ୍ମ ଦିନରେ ରାଜ୍ୟ ବିଜେପିର ବଡ଼ ଆୟୋଜନ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ଯାଏଁ ପାଳନ କରାଯିବ | ଏହି ଅବଧି ମଧ୍ୟରେ ସେବା କାର୍ଯ୍ୟକ୍ରମ କରିବାକୁ ବି ନିଷ୍ପତ୍ତି ନିଆଯାଇଛି । ସ୍କୁଲ୍‌ କଲେଜରେ କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, ସଂକଳ୍ପ ଯାତ୍ରା ଆୟୋଜନ କରାଯିବ । ୧୭ ତାରିଖ ସନ୍ଧ୍ୟାରେ ରାଜ୍ୟର ସମସ୍ତ ଲାଭାର୍ଥୀଙ୍କ ଘରେ ଦୀପ ପ୍ରଜ୍ଜ୍ୱଳନ ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ସ୍କୁଲ, କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ । ଭାଷଣ ପ୍ରତିଯୋଗିତା ସମୟରେ ବିଧାୟକ ଏବଂ ଜନ ପ୍ରତିନିଧି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

କେବଳ ସେତିକି ନୁହେଁ, ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରତିଯୋଗିତା କରାଯିବ । ରାସ୍ତା ଏବଂ ଛକରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେବ । ପିଏମ ମୋଦୀଙ୍କ ଶାସନର ୨୫ ବର୍ଷରେ ୨୫ ସେବାକୁ ନେଇ ନେତା ତଳସ୍ତରକୁ ଯିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଆୟୋଜିତ କରିବ ବଡ଼ ରକ୍ତ ଦାନ ଶିବିର । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଓଡ଼ିଶାରେ ବିଜେପି ସରକାରକୁ ମାତ୍ର ୨ବର୍ଷ ପୂରଣ ହୋଇଛି। ଏହି ସମୟ ମଧ୍ୟରେ ମୋଦିଜୀ ନିରନ୍ତର ଓ ଯୋଜନାବଦ୍ଧ ଭାବେ ଓଡ଼ିଶାକୁ ଆସିଛନ୍ତି ଏବଂ ପ୍ରବାସୀ ଭାରତୀୟ ଓ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟରେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ, ଏଫଡିଆଇ ମାଧ୍ୟମରେ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା କରିବା, ଓଡ଼ିଶା ଏକ ନମ୍ବର ରାଜ୍ୟ ଭାବେ ଗଢିବାର ପରିକଳ୍ପନା ମୋଦିଜୀ କରିଛନ୍ତି। ସ୍ଥାନୀୟ ଲୋକଙ୍କର ମନ ଭିତରେ ବିଶ୍ୱାସ ତିଆରି କରିବା ପାଇଁ “ଭୋକାଲ ଫର ଲୋକାଲ’ଉପରେ ଗୁରୁତ୍ୱ ଦିଆଯାଉଛି। ମୋଦିଜୀଙ୍କ ତାଙ୍କ “ମନ କି ବାତ’ କାର୍ଯ୍ୟକ୍ରମ ଜରିଆରେ ସାଧାରଣଲୋକଙ୍କ ଅସାଧାରଣ କାର୍ଯ୍ୟକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରୁଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବରିଷ୍ଠ ନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ କମିଟିର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଅମର ପଟ୍ଟନାୟକ ଏବଂ ବିଧାୟକ ଶ୍ରୀ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button