
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆବୁଧାବି ଗସ୍ତରେ ଯାଇଛନ୍ତି । ବୁଧବାର ଦିନ ଇନଭେଷ୍ଟରଙ୍କ ସହ ବୈଠକ ହୋଇଛି | ୨.୧ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ଆସିବ ବୋଲି କୁହାଯାଉଛି | ହେଲେ ତାହାର ବାସ୍ତବତା କେତେ ତାହାର ବିଶ୍ଳେଷଣ ହେବାର ଆବଶ୍ୟକତା ଅଛି । ଡବଲ ଇଞ୍ଜିନରେ ଯାହା କୁହାଯାଏ ବେଳେବେଳେ କଥା ଠାରୁ କାମ ଅଲଗା ବାହାରେ । ଯାହା ପ୍ରତିଶୃତି ଦେଇଥାନ୍ତି ତାହା ପୂରଣ କରନ୍ତି ନାହିଁ | ମିଛ ଖବର ପ୍ରସାରଣ କରିବାରେ ଏ ସରକାର ମହାରଥ ହାସଲ କରିଛନ୍ତି ।
ସରକାର ୨.୧ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରସ୍ତାବରେ ଏମଓୟୁ ହଦଲ କରିଛନ୍ତି | ହେଲେ ବିଜେଡିର ପ୍ରଶ୍ନ ନୂଆ ନିବେଶ ନା ପୂର୍ବରୁ ଘୋଷଣା ହୋଇଥିବା ନିବେଶ । ୨୦୨୫ ଜାନୁଆରୀ ମାସରେ ଉତ୍କର୍ଷ ଓଡିଶା କନକ୍ଲେଭ ହୋଇଥିଲା ..ସେଥିରେ ଆଦାନୀ ଗ୍ରୁପ ୨.୩ ଲକ୍ଷ କୋଟି ନିବେଶ ପାଇଁ ଘୋଷଣା କରିଥିଲେ | ବର୍ତ୍ତମାନ ୧୪ଟି ପ୍ରକଳ୍ପ କରିବା ପାଇଁ ଚୁକ୍ତି ହୋଇଛି । ୨୦୨୫ରେ ଯାହା ଘୋଷଣା କରାଯାଇଥିଲା | ତା’ ମଧ୍ୟରୁ କେତୋଟି ପ୍ରକଳ୍ପର ସମାନତା ରହିଛି ନା ନାହିଁ | ସେ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ |




