Uncategorized

ସପ୍ତାହରେ ୫ ଦିନ କାର୍ଯ୍ୟ ଦାବି: କାଲିଠୁ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ: କାଲିଠାରୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସହ ହୋଇଥିବା ଆଲୋଚନା ବିଫଳ ହେବା ପରେ ବ୍ୟାଙ୍କ ସଂଘଗୁଡ଼ିକ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସପ୍ତାହରେ ୫ ଦିନିଆ କାର୍ଯ୍ୟ ଦିବସ ଦାବିରେ ୭ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହି ଆନ୍ଦୋଳନର ଡାକରା ଦେଇଛନ୍ତି। ସେମାନଙ୍କର ଏହି ମୁଖ୍ୟ ଦାବି ଉପରେ କୌଣସି ଅନୁକୂଳ ନିଷ୍ପତ୍ତି କିମ୍ବା ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ନହେବା ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖାଯିବ ନାହିଁ ବୋଲି ସଂଘ ଚେତାବନୀ ଦେଇଛି। ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଏବଂ ଶ୍ରମ ଅଧିକାରୀଙ୍କ ପ୍ରତିନିଧିମାନଙ୍କ ସହ ହୋଇଥିବା ଆଲୋଚନାରେ କୌଣସି ସୁଫଳ ନମିଳିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀରେ ୧୧-୧୩ ସେପ୍ଟେମ୍ବରରେ ହେବାକୁ ଥିବା ‘ବ୍ରିକ୍ସ ଶିଖର ସମ୍ମିଳନୀ’କୁ ଦୃଷ୍ଟିରେ ରଖି ଧର୍ମଘଟ ଡାକରା ଉପରେ ପୁନର୍ବିଚାର କରିବାକୁ ସରକାର ଅନୁରୋଧ କରିଥିଲେ ମଧ୍ୟ ସଂଘ ନିଜ ନିଷ୍ପତ୍ତିରେ ଅଟଳ ରହିଛି।

Related Articles

Back to top button