ଅନ୍ତର୍ଜାତୀୟଓଡ଼ିଶା

ଭୁବନେଶ୍ୱରରୁ ବ୍ୟାଙ୍କକକୁ ସିଧାସଳଖ ବିମାନ

ଓଡିଶାବାସୀଙ୍କ ପାଇଁ ଖୁସି ଖବର | ରାଜଧାନୀ ଭୁବନେଶ୍ୱରରୁ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ | ଆସନ୍ତା ଅକ୍ଟୋବର ୨ ତାରିଖରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ ରୁଟ୍‌ରେ ପୁଣି ଉଡ଼ାଣ ଆରମ୍ଭ ହେବ| ପ୍ରାଥମିକ ସୂଚନା ଅନୁସାରେ, ସପ୍ତାହକୁ ଦୁଇଥର ଏହି ବିମାନ ସେବା ଉପଲବ୍ଧ ହେବ | ଫଳରେ ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଯାତ୍ରୀଙ୍କ ଯାତାୟାତ ଆହୁରି ସୁବିଧାଜନକ ହେବ|

କିଛି କାରଣରୁ ପୂର୍ବରୁ ଭୁବନେଶ୍ୱର-ବ୍ୟାଙ୍କକ ରୁଟ୍‌ରେ ବିମାନ ଚଳାଚଳ ବନ୍ଦ ରହିଥିଲା | ଏବେ ପୁଣି ଏହି ରୁଟ୍‌ରେ ବିମାନ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ | ଏହି ସିଧାସଳଖ ବିମାନ ସେବା ଆରମ୍ଭ ହେବା ଦ୍ୱାରା ପର୍ଯ୍ୟଟକ, ବ୍ୟବସାୟୀ ଏବଂ ବିଦେଶ ଯାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି |

କେବଳ ଥାଇଲାଣ୍ଡ ନୁହେଁ, ଭୁବନେଶ୍ୱରରୁ ଦକ୍ଷିଣ-ପୂର୍ବ ଏସିଆ ସହ ଆକାଶପଥରେ ଯୋଗାଯୋଗକୁ ମଧ୍ୟ ଏହି ସେବା ଆହୁରି ମଜବୁତ କରିବ।ତେବେ ଅକ୍ଟୋବର ୨ରୁ ପୁଣି ଆକାଶପଥରେ ଭୁବନେଶ୍ୱର ସହ ଯୋଡ଼ିହେବ ବ୍ୟାଙ୍କକ | ଓଡ଼ିଶାର ଆନ୍ତର୍ଜାତୀୟ ଯାତାୟାତ ଏବଂ ପର୍ଯ୍ୟଟନ କ୍ଷେତ୍ର ପାଇଁ ଏହା ନିଶ୍ଚିତ ଭାବେ ଏକ ସକାରାତ୍ମକ ପଦକ୍ଷେପ |

Related Articles

Back to top button