ଅନ୍ତର୍ଜାତୀୟ

ଇରାନ-ଆମେରିକା ଯୁଦ୍ଧ ଭୟଙ୍କର ମୋଡ଼ରେ! ଏୟାରବେସ୍‌ରେ ଆକ୍ରମଣ, କ୍ଷତିଗ୍ରସ୍ତ F-15

ଘନେଇଲା ଇରାନ-ଆମେରିକା ଯୁଦ୍ଧ | ଆମେରିକୀୟ ଏୟାରବେସକୁ ଟାର୍ଗେଟ୍ କଲା ଇରାନ। ଆଉ ଆକ୍ରମଣରେ ଛାରଖାର ହୋଇଗଲା ଆମେରିକାର ଏକାଧିକ ଫାଇଟର ଜେଟ୍। ଏହା ପରେ ରକ୍ତମୁଖା ହୋଇଯାଇଛି ଆମେରିକା | ଜବାବରେ ଆମେରିକା ଛାଡ଼ିଲା ୩୦ରୁ ଅଧିକ ପ୍ୟାଟ୍ରିଅଟ୍ ମିସାଇଲ୍। ତେବେ ଜୋର୍ଡାନ ମୁୱାଫାକ୍ ସାଲ୍ତି ଏୟାରବେସ୍ ରେ ରାତିରେ ହେଲା ଆକ୍ରମଣ।

ଏହି ଆକ୍ରମଣରେ ପ୍ରାୟ ୮ଟି ଆମେରିକୀୟ F-15 ଫାଇଟର୍ ଜେଟ୍ ର ସାମାନ୍ୟ କ୍ଷତି ହୋଇଥିବା ଦାବି କରାଯାଇଛି। ଏହା ସହ ଗୋଟିଏ A-10 ଥଣ୍ଡର ବୋଲ୍ଟ ଯୁଦ୍ଧବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆମେରିକୀୟ ସେନା ୩୦ରୁ ଅଧିକ ପ୍ୟାଟ୍ରିଅଟ୍ ମିସାଇଲ୍ ଫାୟାର୍ କରିଥିବା କୁହାଯାଉଛି। ତେବେ ଏଥିରେ କୌଣସି ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇନାହିଁ।

ଏହାପୂର୍ବରୁ ଆମେରିକା ପାଞ୍ଚଟି ଇରାନୀ ତେଲ ଟ୍ୟାଙ୍କର୍ କୁ ଟାର୍ଗେଟ୍ କରିଥିଲା। ଏହାର ଜବାବରେ IRGC ଆଠଟି ତେଲ ଟ୍ୟାଙ୍କର୍ ଓ ଦୁଇଟି ଯୁଦ୍ଧଜାହାଜକୁ ଟାର୍ଗେଟ୍ କରିଥିବା ଦାବି କରିଛି। ତେବେ ଆମେରିକୀୟ ବିଦେଶମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇରାନ ଉପରେ ଆର୍ଥିକ ଚାପ ବଢ଼ାଇବା ପାଇଁ ତେଲ ଟ୍ୟାଙ୍କର୍ ଗୁଡ଼ିକୁ ଟାର୍ଗେଟ୍ କରିବା ଜାରି ରହିବ। ଯାହାପରେ ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହେବା ଆଶଙ୍କା ବଢ଼ିଛି।

Related Articles

Back to top button