ମୋଦି- ଜିନପିଙ୍ଗଙ୍କ ଭେଟ | କଣ ହେବ ଆଲୋଚନା ?

ସସ୍ପେନ୍ସରେ ପଡିଲା ପୂର୍ଣ୍ଣଛେଦ | ୭ ବର୍ଷ ପରେ ଭାରତ ଆସୁଛନ୍ତି ଜିନପିଙ୍ଗ | ସେପ୍ଟେମ୍ବର ୧୨ରୁ ୧୩ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜିନପିଙ୍ଗ ଭାରତ ଆସୁଥିବା ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଦିନକ ତଳେ ଗସ୍ତ ନେଇ କୌଣସି ସୂଚନା ନଥିବା କହିଥିଲେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର।
ଦୀର୍ଘ ୭ ବର୍ଷ ପରେ ଭାରତ ଆସିବେ ଜିନପିଙ୍ଗ। ୨୦୨୦ର ଗଲୱାନ ସଂଘର୍ଷ ପରେ ଭାରତ-ଚୀନ୍ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ମଧ୍ୟରେ ଏହି ଗସ୍ତକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ୨୦୧୯ରେ ମାମଲ୍ଲାପୁରମ୍ରେ ମୋଦୀ-ଜିନପିଙ୍ଗ ଅନୌପଚାରିକ ଶିଖର ବୈଠକ କରିଥିଲେ।
ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶର ସମ୍ପର୍କରେ ପୁଣି ଉନ୍ନତି ଦେଖାଯାଇଛି। ଚୀନ୍ର କହିବା ଅନୁସାରେ, ଭାରତ ଓ ଚୀନ୍ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି, ବରଂ ଭାଗିଦାର; ଉଭୟ ଦେଶ ପରସ୍ପର ପାଇଁ ସୁଯୋଗ, ବିପଦ ନୁହନ୍ତି।




