Uncategorized

ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ ଅଟୋ ଚାଳକ : ସର୍ଚ୍ଚ ଅପରେସନ୍ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ବ୍ରିଜ୍‌ରେ ପୁଣି ଏକ ଅଘଟଣ ଘଟିଛି। ବ୍ରିଜ୍ ଉପରେ ଗାଡ଼ି ଛିଡ଼ା କରି ଜଣେ ଅଟୋ ଚାଳକ କୁଆଖାଇ ନଦୀକୁ ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ନିଖୋଜ ଯୁବକ ଜଣକ ଲିଙ୍ଗରାଜ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହିର ସଞ୍ଜୟ ସ୍ୱାଇଁ। ଖବର ପାଇ ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀ ବୋଟ୍ ଯୋଗେ ନଦୀରେ ବ୍ୟାପକ ଖୋଜାଖୋଜି ଚଳାଇଥିଲେ ହେଁ ସଞ୍ଜୟଙ୍କର କୌଣସି ପତ୍ତା ମିଳିନାହିଁ। ଘଟଣାସ୍ଥଳରୁ ଅଟୋ ନିକଟରୁ ଚପଲ ମିଳିଥିବା ବେଳେ ବାଲିଅନ୍ତା ପୋଲିସ ଗାଡ଼ିଟିକୁ ଜବତ କରିଛି। ଗାଡ଼ିଟି ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଛି।

Related Articles

Back to top button