Uncategorized

ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ତେଣ୍ଟା ଭୁଷି ହତ୍ୟା କଲା ନୃଶଂସ ସ୍ୱାମୀ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ତେଣ୍ଟା ଭୁଷି ନୃଶଂସ ଭାବେ ହତ୍ୟା କରିଛି ସ୍ୱାମୀ। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜକୋଟି ବଳରାମପୁର ଗ୍ରାମରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ। ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଯୁକ୍ତିତର୍କ କ୍ରମଶଃ ଉଗ୍ରରୂପ ନେଇଥିଲା। ସ୍ୱାମୀ ରାଗିଯାଇ ଏକ ତେଣ୍ଟାରେ ସ୍ତ୍ରୀଙ୍କୁ ସାଂଘାତିକ ଆକ୍ରମଣ କରିଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ରକ୍ତାକ୍ତ ହତ୍ୟାକାଣ୍ଡ ବିଷୟରେ ଜାଣିବା ପରେ ଗ୍ରାମବାସୀ ତୁରନ୍ତ ରୁଣ୍ଡ ହୋଇ ଅଭିଯୁକ୍ତ ସ୍ୱାମୀଙ୍କୁ କାବୁ କରିଥିଲେ। ପରେ ଖବର ପାଇ ଜଗତସିଂହପୁର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କଠାରୁ ଅଭିଯୁକ୍ତକୁ ହାତକଡ଼ି ପିନ୍ଧାଇ ଗିରଫ କରିଛି। ମୃତଦେହ ଉଦ୍ଧାର କରାଯିବା ସହ ହତ୍ୟାକାଣ୍ଡର ପୂର୍ଣ୍ଣାଙ୍ଗ ତଦନ୍ତ ଜାରି ରଖିଛି ପୁଲିସ।

Related Articles

Back to top button