Uncategorized

ସିଏମ୍‌ କିଷାନ ଯୋଜନା: ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୩୩ କୋଟିର ସହାୟତା

ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ବଡ଼ ଭେଟି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି’ (ସିଏମ୍‌ କିଷାନ) ଯୋଜନାରେ ସହାୟତା ରାଶି ବଣ୍ଟନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟି (ଓୟୁଏଟି) କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଇଚ୍‌ ଟିପି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଏହି ଅର୍ଥ ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨,୩୯,୨୨୦ ଚାଷୀ ପରିବାରଙ୍କୁ ମୋଟ ୪୮ କୋଟି ୨୧ ଲକ୍ଷ ୧୮ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

Related Articles

Back to top button