ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଶ୍ରୀମନ୍ଦିରରେ ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ନୀତି।

ଭୁବନେଶ୍ୱର,ଶ୍ରୀମନ୍ଦିରରେ ଆସନ୍ତାକାଲି,ଅନୁଷ୍ଠିତ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ନୀତି। ଏଥିପାଇଁ ପାଟରା ବିଶୋଇ ସେବାୟତଙ୍କ ପକ୍ଷରୁ, ଚାରିଟି ରାକ୍ଷୀ ସହ ଚାରିଟି ଗୁଆ ମାଳ ପ୍ରସ୍ତୁତ କରାଯାଉଛି।
ନାଲି, ନୀଳ, ହଳଦିଆ ଓ ସବୁଜ ରଙ୍ଗର ସୁନ୍ଦର ସମନ୍ୱୟରେ ଏହି ରାକ୍ଷୀ ପ୍ରସ୍ତୁତ ହେଉଛି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ମଧ୍ୟ ଅନୁଷ୍ଠିତ ହେବ।
ଏଥିସହ ମହାପ୍ରଭୁ ସୁଦର୍ଶନ ରତ୍ନ ସିଂହାସନରୁ ଓହ୍ଲାଇ, ମାର୍କଣ୍ଡେୟ ପୁଷ୍କରିଣୀକୁ ବିଜେ କରିବେ। ସେଠାରେ ସୁଦର୍ଶନଙ୍କ ଜନ୍ମନୀତି ସମ୍ପନ୍ନ ହେବା ପରେ, ସେ ଚାରି ଆଶ୍ରମକୁ ବିଜେ କରିବେ ।
କାଲି ଗୋପାଳ ବଲ୍ଲଭ ନୀତି ଶେଷ ହେବା ପରେ ପାଟରା ବିଶୋଇ ସେବକମାନେ ପ୍ରସ୍ତୁତ ରାକ୍ଷୀ ଶ୍ରୀମନ୍ଦିରର ଭଣ୍ଡାର ସେବକଙ୍କୁ ହସ୍ତାନ୍ତର କରିବେ।
ଏହାପରେ ଶ୍ରୀମନ୍ଦିରରେ ନିର୍ଦ୍ଧାରିତ ବିଧି ଅନୁସାରେ ରାକ୍ଷୀ ପୂର୍ଣ୍ଣମୀ ନୀତି ସମ୍ପନ୍ନ ହେବ।




